ବନ୍ଧୁକ ମୁନରେ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଲୁଟ

ସମ୍ବଲପୁର,(ନୃପଲାଲ ଦେବ ): ସମ୍ବଲପୁର ରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ ଲାଇମୁରା ଶାଖା ର ଗାଡ଼ିରୁ ଦୁର୍ବୁର୍ତ୍ତମାନେ ୩୫ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଛନ୍ତି | ସୋମବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଦେବଗଡ଼ ଜିଲ୍ଲା ଲାଇମୁରା ସ୍ଥିତ ୟୁନିୟନ ଶାଖାର କର୍ମଚାରୀ ମାନେ ନଗଦ ଅର୍ଥ ନେବାକୁ ସମ୍ବଲପୁର ଯାଇଥିଲେ | ସମ୍ବଲପୁର ରୁ ଟଙ୍କା ନେଇ ଫେରୁଥିବା ବେଳେ ଭୋଜପୁର ନିକଟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ ଠୂଣ୍ଡିପିପଲ ପଲସର ଧରି ରାସ୍ତାରେ ଛିଡା ହୋଇଥିବା ଦୁଇଜଣ ଦୁର୍ବୁର୍ତ୍ତ ଗାଡିକୁ ଅଟକାଇଥିଲେ | ପଛରୁ ଆଉ ୪ଜଣ ଲୁଟେରା ମୋଟର ସାଇକେଲ ଯୋଗେ ପହଞ୍ଚିଥିଲେ | ସେମାନେ ବନ୍ଧୁକ ଦେଖାଇ ଗାଡ଼ିରେ ଥିବା ବ୍ୟାଙ୍କ ଶାଖା ପରିଚାଳକ, ଜଣେ କର୍ମଚାରୀ ଓ ଡ୍ରାଇଭରକୁ ଭୟଭୀତ କରି ଟଙ୍କା ବ୍ୟାଗ ଲୁଟି ଫେରାର ହୋଇଯାଇଥିଲେ | ଏନେଇ ବ୍ୟାଙ୍କ ଶାଖା ପରିଚାଳକ କୁଚିଣ୍ଡା ଥାନାରେ ଏତଲା ଦାୟର କରିଛନ୍ତି | କୁଚିଣ୍ଡା ଏସ. ଡି. ପି. ଓ ରାଜ କିଶୋର ମିଶ୍ର ଏବଂ ଥାନା ଅଧିକାରୀ କମଳ ପଣ୍ଡାଙ୍କ ତତ୍ୱାବଧାନରେ ପୁଲିସ ବିଭିର୍ଣ୍ଣ ସ୍ଥାନରେ ନାକା ବନ୍ଦୀ କରି ତଲାସୀ ଆରମ୍ଭ କରିଛି | ରାତିରେ ସମ୍ବଲପୁର ଏସପି କନୱର ବିଶାଳ ସିଂହ କୁଚିଣ୍ଡାରେ ପହଞ୍ଚିଛନ୍ତି | ସନ୍ଦେହରେ ଗାଡିର ଡ୍ରାଇଭରକୁ ପୁଲିସ ଅଟକ ରଖି ଛାନଭିନ କରୁଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ