ବନ୍ଧୁକ ମୁନ୍ରେ ଫାଇନାନ୍ସ କର୍ମଚାରୀ ଠାରୁ ଦୁର୍ବୁତ୍ତ ଲୁଟିନେଲେ୍ ୭୬୦୮୦ ଟଙ୍କା
ବେଲଗୁଣ୍ଠା ; (ଯୁଗାବ୍ଦ ନ୍ୟୁଜ୍) : ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚିଗିରିଠାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଦୁର୍ବୁୁତ୍ତ ବନ୍ଧୁକ ଦେଖାଇ ଗୋଟିଏ ମୋବାଇଲ ଫୋନ ସମେତ୍ ନଗଦ ୭୬୦୮୦ ଟଙ୍କା ଲୁଟି୍ ନେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ପନ୍ଦନ ସ୍କୁଟି ଫାଇନାନ୍ସ ଲିମିଟେଡ ଆସିକା ଶାଖାର କର୍ମଚାରୀ ଅଭିନାଶ ମହାନ୍ତିଙ୍କ ବିଞ୍ଚିଗିରି ଗ୍ରାମରୁ ଟଙ୍କା ସଂଗ୍ରହ କରି ଫେରୁଥିବା ସମୟରେ ପ୍ରାୟ ଦୁଇ ଜଣ ଦୁର୍ବୁତ୍ତ ମୁଣ୍ଡରେ ବନ୍ଧୁକ ଦେଖାଇ ଡିକି ଭାଙ୍ଗି ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଅବିନାଶ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।