ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ଖେଳ ପଡ଼ିଆ ଠାରେ ଆଜି ମହାବୀର କ୍ରିକେଟ କ୍ଲବ ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିନିଥ ଏକାଡେମୀ ଓ ସିଆରପିଏଫ କ୍ରିକେଟ ଏକାଡେମୀ ଭୁବନେଶ୍ୱର ମଧ୍ୟରେ ଉକ୍ତ ମ୍ୟାଚ ଆୟୋଜନ ହୋଇଥିଲା । ଏଥିରେ ସିଆରପିଏଫ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଜିନିଥ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୭ଉଇକେଟ ହରାଇ ୧୫୩ରନ ସଂଗ୍ରହ କରିଥିଲା । ଜବାବରେ ସିଆରପିଏଫ ୧୫ଓଭରରେ ୬ଉଇକେଟ ହରାଇ ୧୫୬ରନ କରି ବିଜୟୀ ହୋଇଥିଲା । ଆଜିର ଖେଳରେ ଅମ୍ପେୟାର ଭାବେ ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ସିମନ୍ତ ଶେଖର ରଥ ଦାୟିତ୍ୱ ତୁଲାଇଥିଲେ । ସେହିଭଳି ସ୍କୋରର ଭାବେ ମାନସ ନନ୍ଦ, ସଚିନ ରଥ ଏବଂ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ, ପ୍ରଦୀପ ଜେନା ଓ ରେଫରୀ ଭାବେ ମାନସ ରଞ୍ଜନ ପଣ୍ଡା ଦାୟିତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ