ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ : ପ୍ରଶାସନ ଏକାଦଶ ୪୬ ରନ୍ରେ ବିଜୟୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ପ୍ରଶାସନ ଏକାଦଶ ଓ ପ୍ରେସ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରେସ ଏକାଦଶ ବ୍ୟାଟିଂ ପାଇଁ ପ୍ରଶାସନ ଏକାଦଶକୁ ନିମନ୍ତ୍ରିତ କରିଥିଲେ । ପ୍ରଶାସନ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅର୍ଦ୍ଧଶତକ ବଳରେ ୪ଗୋଟି ୱିକେଟ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ପ୍ରେସ ଏକାଦଶ ନିର୍ଦ୍ଧାରିତ ଓଭରରେ ୫ଟି ୱିକେଟ ହରାଇ ମାତ୍ର ୧୦୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ପ୍ରଶାସନ ଏକାଦଶ ୪୬ ରନ୍ରେ ବିଜୟ ଲାଭ କରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ ଯୋଗ ଦେଇ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ପ୍ରଶାସନ ଏକାଦଶ ଟିମ୍ର କ୍ୟାପେଟନ ତଥା ତହସିଲଦାର ଗୋପିନାଥ କୁଅଁର ଓ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପ୍ରେସ ଏକାଦଶର କ୍ୟାପଟେନ ତଥା ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ପୁରସ୍କୃତ କରିଥିଲେ । ଏମ୍ପାୟର ଭାବେ ନିଳାଂଚଳ ସାହୁ ଓ ବିନାୟକ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ ।


