ବନ୍ଧୁତ୍ୱର ମହତ୍ତ୍ଵ
ସବୁ ମୂଳରେ ବନ୍ଧୁତା। ସ୍ନେହ, ସଂପ୍ରୀତି, ଆନୁଗତ୍ୟ, ଗଭୀର ସଂପର୍କ, ସମ୍ମାନବୋଧ ଓ ସଂଭ୍ରମତା, ମୁକ୍ତ ମତ ବିନିମୟ; ସର୍ବୋପରି ବିଶ୍ବାସ ହେଉଛି ବନ୍ଧୁତାର ଭିତ୍ତି। ବନ୍ଧୁତା ଉତ୍ପ୍ରେରକ। ସମାନ ଆଗ୍ରହ ଓ ରୁଚି, ପାରସ୍ପରିକ ସମ୍ମାନବୋଧ, ସଂପୃକ୍ତି, ନିବିଡ଼ତା ଓ ଭାବଗତ ନିରାପତ୍ତା ଉପରେ ବନ୍ଧୁତା ଆଧାରିତ। ସେଥିରେ ଥାଏ ନିଃସର୍ତ୍ତ ପ୍ରେମ, ପୁଣି ନିର୍ଭରଶୀଳତା। ସେଥିରେ ନିହିତ ଥାଏ ପୌରୁଷର ସହଭାଗିତା, ବ୍ୟକ୍ତିତ୍ବର ବିକାଶ ଓ ସଂବର୍ଦ୍ଧନ। ବନ୍ଧୁତା ସୁଖ ବଢ଼ାଏ, ଶକ୍ତି ପ୍ରଦାନ କରେ, ଆପଣା ମୂଲ୍ୟବୋଧରେ ଜୀବନକୁ ଋଦ୍ଧିମନ୍ତ କରେ।ଆଜି ସାରା ପୃଥିବୀ ଦାରିଦ୍ର୍ୟ, ହିଂସା, ମାନବିକ ଅଧିକାର ଉଲ୍ଲଂଘନ ଇତ୍ୟାଦିରେ ହନ୍ତସନ୍ତ ହେଉଥିବା ବେଳେ ତୃଣମୂଳ ସ୍ତରରେ ସୁସଂହତ, ଶାନ୍ତିପୂର୍ଣ୍ଣ ଓ ସଂପ୍ରୀତିସମୃଦ୍ଧ ବନ୍ଧୁତାର ଭାବ ଯେ ଅପରିହାର୍ଯ୍ୟ, ତାହା କହିବା ଅନାବଶ୍ୟକ। ଲୋକ, ସମାଜ, ସମୁଦାୟ, ସଂପ୍ରଦାୟ, ଦେଶ ଓ ସଂସ୍କୃତି ମଧ୍ୟରେ ବନ୍ଧୁତାର ବାତାବରଣ ଅବ୍ୟାହତ ରହିଲେ ହିଁ ଏକ ଅର୍ଥପୂର୍ଣ୍ଣ ସାମଗ୍ରିକ ଭବିଷ୍ୟତ୍ ସମ୍ଭବ ହୋଇପାରିବ।କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ଅଧିକ ବନ୍ଧୁତାର ସମ୍ପର୍କ । ବନ୍ଧୁତାର ଅର୍ଥ ଅବର୍ଣ୍ଣନୀୟ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ଆମେ ଯେତେବେଳେ ଛୋଟ ଥାଉ ସେବେ ଠାରୁ ଏହି ସମ୍ପର୍କ ସୃଷ୍ଟି କରିବା ଆରମ୍ଭ କରିଥାଉ । ଆମ ସହପାଠୀ କିମ୍ବା ପଡୋଶୀ ଏମାନେ ଆମ ବନ୍ଧୁତ୍ୱ ସମ୍ପର୍କର ଏକ ଅଭିନ୍ନ ଅଙ୍ଗ । ଏକ ଭଲ ସାଙ୍ଗଟିଏ ମିଳିବା ପରେ ଆମ ଜୀବନର ମୋଡ ବଦଳିଯାଏ । କୁହାଯାଏ ଜଣେ ଭଲ ବନ୍ଧୁଟିଏ ପାଇବା କୋଟି ଜନ୍ମର ସାର୍ଥକତା ହୋଇଥାଏ । ଏହି ପବିତ୍ର ବନ୍ଧନ ଆଜି କି କାଲିର ନୁହେଁ ଏହା ବହୁ ପୁରାତନ କାଳରୁ ଚାଲି ଆସିଛି । ଏହାର ଏକ ବଡ ଉଦାହରଣ ହେଉଛନ୍ତି କୃଷ୍ଣ-ସୁଦାମାଙ୍କ ବନ୍ଧୁତା ।ମନକଥା ଖୋଲି କହିବା ଲାଗି ବନ୍ଧୁର ବିକଳ୍ପ ନାହିଁ । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ । ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ, ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ । ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ । ବନ୍ଧୁ ତ ଅନେକ ଥାନ୍ତି କିନ୍ତୁ ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ବିଷୟରେ ସବୁ ଜାଣି ମଧ୍ୟ ଆପଣଙ୍କୁ ସର୍ବସମ୍ମୁଖରେ ଗ୍ରହଣ କରିଥାଏ ।ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ୱର ମହତ୍ତ୍ୱକୁ ଉପଲବ୍ଧି କରିବା ହେଉଛି ବନ୍ଧୁତ୍ୱ ର କର୍ତ୍ତବ୍ୟ।ଉଇଲିୟମ୍ କୁପରଙ୍କ ‘ଆଲେକ୍ଜାଣ୍ଡର ସେଲକାର୍କ’ କବିତାରେ କୁହାଯାଇଛି ଯେ ସମାଜ, ବନ୍ଧୁତା ଏବଂ ପ୍ରେମ ହେଉଛି ମାନବକୁ ପ୍ରାପ୍ତ ହୋଇଥିବା ତିନିଟି ନୈସର୍ଗିକ ଉପହାର। ୱାଲଟର ସ୍କଟ୍ ଠାଏ କହିଥିଲେ ଯେ ପୃଥିବୀର ସମସ୍ତେ ତୁମ ପାଖରୁ ବାଟ ଭାଙ୍ଗି ଚାଲିଯିବା ପରେ ପ୍ରକୃତ ବନ୍ଧୁ ହିଁ ତୁମ ପୃଥିବୀରେ ପ୍ରବେଶ କରିଥାଏ। ଆମେ ଯେପରି, ପ୍ରକୃତ ବନ୍ଧୁ ହିଁ ଆମକୁ ସେଇ ପରି ଗ୍ରହଣ କରିଥାଏ। ଏକ ସଂଘାତମୟ ପରିସ୍ଥିତିରେ ବନ୍ଧୁର ଉପସ୍ଥିତି ବଳ ପ୍ରଦାନ କରିଥାଏ।ବିଶ୍ବର ବିଭିନ୍ନ ଭାଷା ସାହିତ୍ୟର ବ୍ୟାଖ୍ୟାନ ମାଧ୍ୟମରେ ବନ୍ଧୁତାର ଜୟ-ଜୟକାର କରାଯାଇଛି। ଗ୍ରୀକ୍ ପୁରାଣରେ ଡେମନ୍ ଓ ପିଥିଆସ୍ଙ୍କ ବନ୍ଧୁତା ଯେପରି ସ୍ମରଣୀୟ, ଭାରତୀୟ ସାହିତ୍ୟରେ ବିଷ୍ଣୁଶର୍ମାଙ୍କ ରଚିତ ‘ପଞ୍ଚତନ୍ତ୍ର’ କାହାଣୀମାଳାରେ ବନ୍ଧୁତା-ମହିମାର ପ୍ରଶସ୍ତ ବ୍ୟାଖ୍ୟା ରହିଛି। ଭାରତୀୟ ପୁରାଣ ଆଖ୍ୟାନଗୁଡ଼ିକରେ ଶ୍ରୀକୃଷ୍ଣ-ସୁଦାମା, କୃଷ୍ଣ-ଅର୍ଜୁନ, ଦ୍ରୌପଦୀ-କୃଷ୍ଣ, ତ୍ରିଜଟା-ସୀତା, କର୍ଣ୍ଣ-ଦୁର୍ଯ୍ୟୋଧନ ଇତ୍ୟାଦିଙ୍କ ବନ୍ଧୁତାର ଦୃଷ୍ଟାନ୍ତ ପ୍ରେରଣାଦାୟୀ ହୋଇ ରହିଛନ୍ତି।ବନ୍ଧୁତା ସଂପର୍କରେ ସମାଜତତ୍ତ୍ୱବିତ୍ ଏବଂ ମନସ୍ତତ୍ତ୍ୱବିତ୍ମାନଙ୍କ ଆଲୋଚନା କହିଥାଏ ଯେ ଜଣେ ବ୍ୟକ୍ତିର ବିବର୍ତ୍ତନ ଓ ଉତ୍ତରଣ ବନ୍ଧୁତା ଉପରେ ନିର୍ଭରଶୀଳ। ସୁସଙ୍ଗ ମନୁଷ୍ୟର ଜୀବନକୁ ମହିମାନ୍ବିତ କରିଥାଏ। ବନ୍ଧୁ ମଧ୍ୟ ସର୍ବଶ୍ରେଷ୍ଠ ସମାଲୋଚକ ହୋଇପାରେ; କାରଣ ତା’ର ସମାଲୋଚନା ଓ ପରାମର୍ଶ ଜଣକୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରିପାରେ। ବନ୍ଧୁତାର ଅୟମାରମ୍ଭ ଘଟେ ଆଳାପରୁ। ବାର୍ତ୍ତାଳାପ ଜରିଆରେ ଭିତରେ ଥିବା ଆବେଗ ପ୍ରକାଶ୍ୟ ହୋଇ ଦୁଇ ମନୁଷ୍ୟଙ୍କ ପ୍ରାଣକୁ ପଲ୍ଲବିତ କରି ପକାଏ। ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ କଲ୍ୟାଣ କାମନାରେ ନିହିତ ଥାଏ।ବନ୍ଧୁତାରେ ଅର୍ଥାଗମ ବା ଲାଭ ଅର୍ଜନର ଉଦ୍ଦେଶ୍ୟ ନ ଥାଏ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଇ ବନ୍ଧୁତା ଆରମ୍ଭ ହେଲେ ପରବର୍ତ୍ତୀ ସମୟରେ ତାହା ମଧ୍ୟ କଳୁଷିତ ହୋଇଯାଏ। ଯେତେବେଳେ ଜଣେ ମନୁଷ୍ୟ ବିପଦ ବେଳେ ଆଉ କାହାକୁ ନ ପାଇ ଅସହାୟତାର ହାତ ପ୍ରସାରି ଦିଏ, ସେତିକି ବେଳେ ସେହି ହାତକୁ ଧରିବାକୁ ଆଗେଇ ଆସେ ଜଣେ ବନ୍ଧୁ। କିନ୍ତୁ ଏଭଳି ସ୍ଥଳେ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ଓ ଉପସ୍ଥିତି ସେମାନଙ୍କୁ ସାହସ ଓ ଆଶ୍ବାସନା ପ୍ରଦାନ କରିଛି। ବନ୍ଧୁତାର ନିଦର୍ଶନ ଆହୁରି ଉଜ୍ଜ୍ବଳ ହୋଇଛି ଏବଂ ବନ୍ଧୁତାର ପରାକାଷ୍ଠା ଅନତିକ୍ରମ୍ୟ ହୋଇଛି।ବିଶ୍ବାସ ଓ ସତ୍ୟଶୀଳତା ହେଉଛି ପ୍ରକୃତ ବନ୍ଧୁତାର ମୂଳ ନୀତି। ପ୍ରକୃତ ବନ୍ଧୁ ସୁଖ ପ୍ରଦାନ କରେ, ସେଥିପାଇଁ ସେ ସଖା ଭାବେ ସଂବୋଧିତ ହେବା ଯୋଗ୍ୟ। କୁହାଯାଏ ଯେ ବନ୍ଧୁତାର ଦୃଷ୍ଟି ନେଇ ଅନୁଶୀଳନ କଲେ ବୈରୀ ଭାବ ଦୂର ହୁଏ। ସେଭଳି ଦୃଷ୍ଟି ଧାରଣ କଲେ ଅନ୍ୟମାନଙ୍କୁ ଭଲ ଭାବେ ବୁଝି ହୋଇଥାଏ। ସତ୍ ମନୁଷ୍ୟ ହେଉଛି ବନ୍ଧୁତାର ଉତ୍ସ। ସେ ବନ୍ଧୁତାର ଅନୁପାଳକ, ପ୍ରେରକ ଓ ସଂରକ୍ଷକ। ବନ୍ଧୁତା ଏବଂ କ୍ଷମାର ଗୁରୁତ୍ୱ। ଥରେ ଦୁଇଜଣ ସବୁଠାରୁ ଭଲ ବନ୍ଧୁ ଥିଲେ, ନାମ ଟି ହେଲା ହରି ଓ ନରୀ ଯେଉଁମାନେ ଏକ ସୁନ୍ଦର ପରିବେଶ ର ଅନୁଧ୍ୟାନ ରେ ଭ୍ରମଣ ରେ ଯାଉଥିଲେ। କିଛି ସମୟ ପରେ, ସେମାନଙ୍କର ଯୁକ୍ତିତର୍କ ହେଲା ଏବଂ ଜଣେ ବନ୍ଧୁ ହରି ଅନ୍ୟ ବନ୍ଧୁ ନାରୀଙ୍କୁ ଚାପୁଡ଼ା ମାରିଲା। ଯାହାକୁ ଚାପୁଡ଼ା ମାରିଥିଲା ସେ ବହୁତ ଖରାପ ଅନୁଭବ କଲା ଏବଂ ଆଘାତ ପାଇଲା। କିନ୍ତୁ ସେ କିଛି କହିଲା ନାହିଁ। ସେ କେବଳ ବାଲିରେ କିଛି ଲେଖିଲା। ସେଥିରେ ଲେଖାଥିଲା, “ଆଜି, ମୋର ସବୁଠାରୁ ଭଲ ବନ୍ଧୁ ମୋତେ ଚାପୁଡ଼ା ମାରିଲା।”। ତା’ପରେ ସେ ପୁଣି ଚାଲିବା ଆରମ୍ଭ କଲା। ଖୁବ୍ ଶୀଘ୍ର, ସେମାନେ ଏକ ସୁନ୍ଦର ପୁଷ୍କରିଣୀ ନିକଟରେ ପହଞ୍ଚିଲେ ଏବଂ ସେମାନେ ଗାଧୋଇବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଚାପୁଡ଼ା ମାରିଥିବା ବନ୍ଧୁଟି ପାଣି ରେ ପଡ଼ି ବୁଡ଼ି ଯାଉଥିଲା। ଏହା ଦେଖି, ଅନ୍ୟ ବନ୍ଧୁ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଉପରକୁ ଡେଇଁପଡ଼ିଲା। ସେ ଯଥାସମ୍ଭବ ଚେଷ୍ଟା କରି ତାଙ୍କ ବନ୍ଧୁଙ୍କୁ ଟାଣି ଆଣିଲେ। ଶେଷରେ, ବହୁତ ସଂଘର୍ଷ ପରେ, ସେ ତାଙ୍କ ବନ୍ଧୁଙ୍କୁ ଗଭୀର ପୁଷ୍କରିଣୀ ପାଣି ରୁ ବାହାର କରିବାରେ ସଫଳ ହେଲେ। ଯେଉଁ ବନ୍ଧୁ ପୂର୍ବରୁ ଅନ୍ୟ ବନ୍ଧୁକୁ ଚାପୁଡ଼ା ମାରିଥିଲା ସେ ତାଙ୍କ ପ୍ରିୟ ବନ୍ଧୁକୁ ବଞ୍ଚାଇବା ପାଇଁ ନିଜ ଜୀବନ ଉପରେ ବାଜି ଲଗାଇବା ପୂର୍ବରୁ ଦୁଇଥର ଭାବି ନଥିଲା। ଏହା ପ୍ରକୃତ ବନ୍ଧୁତା ଏବଂ ସାହସିକତାର ଏକ କାର୍ଯ୍ୟ ଥିଲା, ଏବଂ ଯେଉଁ ବନ୍ଧୁଟି ଚକିଆ ବାଲିରେ ପଡ଼ିଗଲା ସେ ଏବେ ପଥରରେ ଲେଖିଲା, “ଆଜି ସବୁଠାରୁ ଭଲ ବନ୍ଧୁ ମୋ ଜୀବନ ରକ୍ଷା କଲା।”। ଏହା ଦେଖି ଅନ୍ୟ ବନ୍ଧୁ ତାଙ୍କୁ ପଚାରିଲେ ଯେ ସେ ପୂର୍ବ ନୋଟଟି ବାଲିରେ ଏବଂ ଏହି ନୋଟଟି ପଥରରେ କାହିଁକି ଲେଖିଥିଲେ। ଏଥିରେ ତାଙ୍କ ବନ୍ଧୁ ତାଙ୍କୁ କହିଲେ ଯେ ଯେତେବେଳେ କେହି ନିଷ୍ଠୁର କାର୍ଯ୍ୟ କରନ୍ତି, ତାହା ବାଲିରେ ଲେଖାଯିବା ଉଚିତ ଯାହା ଦ୍ୱାରା ପବନ କ୍ଷମା ଦେଇ ପୋଛି ଦେଇପାରିବ, ଏବଂ ପଥରରେ ଏକ ଭଲ କାମ ଖୋଦିତ ହେବା ଉଚିତ ଯାହା ଦ୍ୱାରା ପବନ କେବେବି ଏହି କାର୍ଯ୍ୟକୁ ପୋଛି ଦେଇପାରିବ ନାହିଁ।ଦୁଇ ବନ୍ଧୁ, ସେମାନଙ୍କର ବନ୍ଧୁତା ଏବଂ କ୍ଷମାର ଗୁରୁତ୍ୱକୁ ବୁଝିପାରିଲେ। ଯେଉଁମାନେ ପ୍ରକୃତରେ ନିଜର ନିଃସ୍ଵାର୍ଥପର ଭିତରେ ବନ୍ଧୁତା ର ସୁ ସମ୍ପର୍କ ରହି ଯେତେ ଝଗଡ଼ା କରନ୍ତି ତାହା ବାସ୍ତବ ଜୀବନରେ ମୂଲ୍ୟହୀନ । ବାସ୍ତବ ରେ ବନ୍ଧୁତ୍ୱ ର ନିବିଡ଼ ସମ୍ପର୍କ ଓ ବିଶ୍ୱାସ ଉପରେ ଧ୍ୟାନ ଦେବା ଆବଶ୍ୟକ। ତା’ପରେ ଦୁଇ ବନ୍ଧୁ ପରସ୍ପର ଙ୍କୁ ଆଲିଙ୍ଗନ କରି ଓ ଏକାଠି ହୋଇ ନିଜ ଯାତ୍ରାରେ ଆଗମନରେ ବାହାରିଗଲେ।
ଧନ୍ୟବାଦ୍, ଜୟ ଶ୍ରୀ ଜଗନ୍ନାଥ
ବିଶ୍ୱ ରଞ୍ଜନ ସାହୁ
ମୋବାଇଲ୍ (+୯୬୫)-୫୫୫୬୮୯୯୦
ସଭାପତି, ଭାରତୀୟ ପ୍ରବାସୀ ପରିଷଦ- (ଓଡ଼ିଶା ୱିଙ୍ଗସ୍) ସଙ୍ଘ, କୁଏତ।
– ସଭାପତି, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଏନ୍ଜିଓ, ସଂସ୍ଥା
-ସଭାପତି, ବିଶ୍ଵ ଓଡ଼ିଶା ସମାଜ, କୁଏତ
-ନିର୍ଦ୍ଦେଶକ, ୱାର୍ଲ୍ଡ କମ୍ୟୁନିକେଟର କାଉନସିଲ।
-ଅଧ୍ୟକ୍ଷ /ପ୍ରତିଷ୍ଠାତା-ଭାରତ ସେବା ଦର୍ଶନ ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା ।
-ମୋସହାୟ – ମୁଖ୍ୟ ସଂଯୋଜକ-କର୍ମ ନିଯୁକ୍ତି ସଂସ୍ଥା (ଏନ୍ଜିଓ)/-ବସୁଧା /ଜଗନ୍ନାଥ ସମିତି, ନିଉ ଦିଲ୍ଲୀ,
-ଯୁଗ୍ମ ସଂଯୋଜକ (ଭାରତର ୨୪ ଟି ରାଜ୍ୟର ସାମାଜିକ ଜନ କଲ୍ୟାଣ ବିଭାଗ)-ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ, କୁଏତ ।
– ରାଇଟର୍ ଫୋରମ୍ ଅଫ୍ – କୁଏତ ।