ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିକଟସ୍ଥ ଗଙ୍ଗାନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୯୮୧ ମସିହା ସପ୍ତମ ଶ୍ରେଣୀ ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କୁତ୍ତାମଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା।ଦୀର୍ଘ ବର୍ଷ ପରେ ନିଜ ନିଜର ପିଲାବେଳର ସ୍ମୃତି କୁ ମନେ ପକାଇ ପୁରାତନ ଛାତ୍ରଛାତ୍ରୀ ମାନେ ବେଶ ଭାବବିହ୍ୱଳ ହୋଇଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅକ୍ଷୟ ପ୍ରସାଦ ମହାନ୍ତି, ଅଶ୍ୱିନୀ ରାଉତ, ଚନ୍ଦ୍ରିକା ଦାଶ, ପ୍ରତିମା ସ୍ୱାଇଁ, ଶକୁନ୍ତଳା ବାରିକ, ଅକ୍ଷୟ ଶତପଥୀ, ରାଜକିଶୋର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆହୁରି ସରସ ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସମସ୍ତେ ଏକତ୍ର ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବାକୁ ଶପଥ ନେଇଥିଲେ।