ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସ୍ଥିତ ସରକାରୀ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ୍ ରେ ୨୦୦୭/୨୦୦୯ ମସିହାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ଡିସେମ୍ୱର ୨୪ ତାରିଖରେ ଭଞ୍ଜନଗର ବନ ବିହାର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଛି I ଛାତ୍ର ସଂଗଠନ ସଭାପତି ଶିଶିର କୁମାର ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ଦିଲ୍ଲୀପ୍ କୁମାର ବେହେରା, ସହସମ୍ପାଦକ ହେମନ୍ତ ନାୟକ, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ଉପସଭାନେତ୍ରୀ ବବିତା ବେହେରା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ I ଦୀର୍ଘ ୧୨ ବର୍ଷ ପରେ ଛାତ୍ରଛାତ୍ରୀମାନେ ପରସ୍ପରକୁ ସାକ୍ଷାତ କରିବା ପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରୁଥିବାରୁ ଏଥିରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ମାନେ ବେଶ୍ ଉତ୍କଣ୍ଠିତ ଥିବା ଜଣାପଡିଛି I ଆଜିର ପ୍ରସ୍ତୁତି ବୈଠକରେ ପୁରାତନ ଛାତ୍ର କରୁଣାକର, କୃଷ୍ଣ,କାହ୍ନୁ, ଟିକିରାମ୍,ନରେନ୍ଦ୍ର, ଛାତ୍ରୀ ବିଜୟଲକ୍ଷ୍ମୀ ,ଶୁଭ୍ରାଞ୍ଜଳି , ଅପର୍ଣ୍ଣା ,ପ୍ରିୟଙ୍କା,ରାଜଲକ୍ଷ୍ମୀ, ଝରଣା, ଇନ୍ଦିରା ପ୍ରମୁଖ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ