ବନ୍ଧ ଭିତରୁ ଗୃହ ରକ୍ଷୀ ଙ୍କ ମୃତ ଶରୀର ଉଦ୍ଧାର

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ରେ ଜଣେ କାର୍ଯ୍ୟରତ ଗୃହ ରକ୍ଷୀ ଙ୍କ ମୃତ ଶରୀର ମିଳିବା ଘଟଣା ବର୍ତମାନ ଚର୍ଚା ଜୋର ଧରିଛି। ମୃତ୍ୟୁ ର କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ପ୍ରକାରେ ବଡଗଡ ଥାନା ରେ କାର୍ଯ୍ୟରତ ଜଣେ ଗୃହ ରକ୍ଷୀ ଙ୍କ ମୃତ ଦେହ ଆଜି ବଡଗଡ ପୋଲିସ ଉଦ୍ଧାର କରିଛି। ବଡଗଡ ପୁରୁଣା ଥାନା ପଛ ପଟ ବନ୍ଧ ରୁ ଗୃହ ରକ୍ଷୀ ଙ୍କ ମୃତ ଶରୀର ମିଳିଛି। ଗୃହ ରକ୍ଷୀ ଜଣଙ୍କ ହେଲେ ବଳରାମ ଦାସ। ବଲରାମ ଦାସ ବଡଗଡ ଥାନା ରେ ଗୃହ ରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଗୃହ ରକ୍ଷୀ ଙ୍କ ମୃତ୍ୟୁ ର କାରଣ ବର୍ତମାନ ଯାଏଁ ଅସ୍ପଷ୍ଟ ରହିଛି। ବଡଗଡ ପୋଲିସ ମୃତ ବଲରାମ ଦାସ ଙ୍କ ଶବ ଉଧାର କରିବା ସହ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭର୍ତି କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି। ଗତ କାଲୀ ରାତ୍ର ରେ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ମୃତ୍ୟୁ ପଛରେ କାରଣ ର ପୋଲିସ ତଦନ୍ତ କରୁଥିବା ବେଳେ ମୃତ ବଲରାମ ଦାସ ଙ୍କ ହାତ ବନ୍ଧା ଥିବା ଦେଖିବାକୁ ମିଳିଛି। ଏହା ଏକ ଆତ୍ମହତ୍ୟା ନା ଯୋଜନା ଭାବେ ହତ୍ୟା ତାହା ପୋଲିସ ତଦନ୍ତ ରୁ ହିଁ ଜଣାପଡିବା। ବଳରାମ ଦାସ ଗତ କିଛି ଦିନ ହେଲା ଥାନା କୁ ଆସୁନଥିବା ମଧ୍ୟ ଜଣାପଡିଛି। ପୁରୁଣା ପୋଲିସ ଥାନା ପଛପଟ ବନ୍ଧ ରୁ ଶବ ମିଳିଥିବା ବେଳେ ଏହା ର ପ୍ରକୃତ କାରଣ ଅନୁସନ୍ଧାନ ପାଇଁ ବଡଗଡ ପୋଲିସ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ