ବନ୍‌ସଲ୍ ଓୟାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ୭୪୫ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ଓୟାର ନିର୍ମାତା ବନ୍‌ସଲ୍ ଓୟାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ୭୪୫ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଆଇପିଓରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନି ଏବଂ ଏହାର ସହାୟକ ସଂସ୍ଥା ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଦ୍ଦିଷ୍ଟ ବକେୟା ଋଣର ସମସ୍ତ କିମ୍ବା କିଛି ଅଂଶ ପରିଶୋଧ କିମ୍ବା ପ୍ରାକ୍ ଦେୟ ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି । ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ ଓ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟବହାର କରାଯିବ । ବଂଶଲ ଓୟାର ଇଣ୍ଡଷ୍ଟ୍ରିଜ୍ ୧୯୮୫ ମସିହାରେ ଗଠିତ ହୋଇଥିଲା ଏବଂ ଏହା ପରଠାରୁ କମ୍ପାନି କ୍ରମାଗତ ଭାବରେ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିଆସୁଛି ଯାହା ଇସ୍ପାତ ତାର ଶିଳ୍ପରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ୩୮ ବର୍ଷର ଐତିହ୍ୟ ସହ କମ୍ପାନି ନିଜର ବିବିଧ ପୋର୍ଟଫୋଲିଓ ପାଇଁ ଗର୍ବିତ, ଯେଉଁଥିରେ ଅଟୋମୋଟିଭ୍‌, ଜେନେରାଲ ଇଞ୍ଜିନିୟରିଂ, ଭିତିଭୂମି, ହାର୍ଡୱେର, ଉପଭୋକ୍ତା ସ୍ଥାୟୀ ସାମଗ୍ରୀ, ଶକ୍ତି ଓ ଟ୍ରାନ୍ସମିସନ, କୃଷି ଓ ଅଟୋ ରିପ୍ଲେସମେଂଟ୍ ଭଳି ବିଭିନ୍ନ କ୍ଷେତ୍ରରେ ତାହା କାମ କରୁଛି । କମ୍ପାନି ଏହାର ବର୍ତମାନର ଚାରିଟି ଉତ୍ପାଦନ କେନ୍ଦ୍ରରେ ୨,୫୯,୦୦୦ ଏମଟିପିଏ ହାଲୁକା ଇସ୍ପାତ, ଉଚ୍ଚ କାର୍ବନ ଏବଂ ଷ୍ଟେନଲେସ୍ ଷ୍ଟିଲ ତାର ଉତ୍ପାଦନ ବ୍ୟବସ୍ଥା ସ୍ଥାପନ କରିଛି । କମ୍ପାନି ଭାରତର ଦାଦରୀଠାରେ ସର୍ବବୃହତ ଏକକ ସ୍ଥାନ ଇସ୍ପାତ ତାର ଉତ୍ପାଦନ କାରଖାନା ସ୍ଥାପନ କରୁଛି ଏବଂ ତାହା ହେବ ଏସିଆର ସର୍ବବୃହତ ଇସ୍ପାତ ତାର ଉତ୍ପାଦନ କାରଖାନା ମଧ୍ୟରୁ ଅନ୍ୟତମ । ବଂଶଲ ୱାୟାର ୫୦ରୁ ଅଧିକ ଦେଶକୁ ଏହାର ଉତ୍ପାଦ ରପ୍ତାନି କରୁଛି । ବାଂଲାଦେଶ, ବ୍ରାଜିଲ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଇଟାଲୀ, ନେଦରଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ତୁର୍କୀ, ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭିଏତନାମ ଭଳି ଦେଶକୁ ଏହା ଉତ୍ପାଦ ପଠାଉଛି ।ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ