ବନ୍ୟଜନ୍ତୁ ସଂରକ୍ଷଣରେ ଜନ ସହଭାଗିତା ବୈଠକ ଅନୁଷ୍ଠିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର ): ବୁଧବାର ଦିନ ବନ୍ୟଜନ୍ତୁ ସଂରକ୍ଷଣରେ ଜନ ସହଭାଗିତା ସମ୍ପର୍କରେ ଏକ ବୈଠକ ବାରିପଦା ବନଖଣ୍ଡ ଅଧିକାରୀଙ୍କ ସଂକଳ୍ପ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଅଛି। ବୈଠକର ମୂଳ ଲକ୍ଷ୍ୟ ଥିଲା ସମସ୍ତ ଜନ ପ୍ରତିନିଧି, ବନ ସଂରକ୍ଷଣ ସମିତି, ସାମାଜିକ ଅନୁଷ୍ଠାନ ଓ ଜଙ୍ଗଲ ବିଭାଗର ମିଳିତ ଆନୁକୁଲ୍ୟରେ ବନ୍ୟଜନ୍ତୁ ଓ ଜନସାଧାରଣ କିଭଳି ଭାବରେ ପରସ୍ପର ମଧ୍ୟରେ ସୁ ସମ୍ପର୍କ ରକ୍ଷା କରିବେ ଏବଂ ଶିମିଳିପାଳ ଜଙ୍ଗଲର ସୁରକ୍ଷା ହୋଇପାରିବ ସେଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ।
ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ଲୋକସଭା ସାଂସଦ ନବ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୟୂରଭଞ୍ଜର ହୃଦୟ ଶିମିଳିପାଳ ଓ ମୟୂରଭଞ୍ଜିଆଙ୍କ ପରିଚୟ ଶିମିଳିପାଳ ଏହାର ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ ଓ ସହୋଜଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧକ୍ଷ୍ୟା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, ସାରସକଣା ବିଧାୟକ ଭାଦବ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ବାରିପଦା ପୌର ପାଳିକାର ଅଧ୍ୟକ୍ଷ, କୃଷ୍ଣାନନ୍ଦ ମହାନ୍ତି , ଜିଲ୍ଲା ପରିବେଶ ସମିତି ର ଉପାଧ୍ୟକ୍ଷ ଡଃ ବିଜୟ କୁମାର ଅଗ୍ରୱାଲ ଓ ମୁଖ୍ୟ ବକ୍ତା ଭାବରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ସାଂସଦ ପ୍ରତିନିଧି ଶ୍ରୀ ସୁକଦା ମୁର୍ମୁ, ଶ୍ଯାମ ସୁନ୍ଦର ଦାସ ଓ ହରିହର ଦାସ ଯୋଗଦାନ କରିଥିଲେ।
ଶିମିଳିପାଳ ଜଙ୍ଗଲ ଓ ତାର ପାଖରେ ଥିବା ଜଙ୍ଗଲ ର ଗ୍ରାମବାସୀ ମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି, ଜଙ୍ଗଲ ନିଆ କୁ ରୋକିବା , ଗ୍ରାମବାସୀ ମାନଙ୍କ ଆର୍ଥିକ ବିକାଶ କରିବା ପାଇଁ ନିଆ ଯିବାର ସମସ୍ତ ପଦକ୍ଷେପରେ ସମ୍ପୂର୍ଣ ସହଯୋଗ କରିବା ନିମନ୍ତେ ଅତିଥି ମାନେ ପ୍ରତିଶ୍ରୁତି ଦେଇଥିଲେ । ଅତିଥି ମାନେ ବୈଠକରେ ଅନେକ ପ୍ରସ୍ତାବ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଆଗତ କରିଥିଲେ ଓ ଏହାକୁ ସରାକରଙ୍କ ପାଖରେ ଉପସ୍ଥାପନ ପାଇଁ ବାରିପଦା ବନଖଣ୍ଡ ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରଯାଇଥିଲା। ବାରିପଦା ବନଖଣ୍ଡ ସହକାରୀ ବନ ସଂରକ୍ଷକ ରବି ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ। ବାରିପଦା ବନଖଣ୍ଡ ସହକାରୀ ବନ ସଂରକ୍ଷକ ଅରୁଣ କୁମାର ବିଶ୍ଵାଳ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ