ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରତିଯୋଗୀତା ଅନୁଷ୍ଠିତ
ପୋଲସରା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡର ପୋଲସରା ବନାଞ୍ଚଳ ପକ୍ଷରୁ ହାତୀଓଟ ନୋଡାଲ ହାଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ୨୦ ଜଣ ଛାତ୍ରଛାତ୍ରୀ ଓ କୁଇଜ୍ ପ୍ରତିଯୋଗିତାରେ ୨୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ପାଇଁ ଏକ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ ଅଧ୍ୟକ୍ଷତା କରିଥିଲେ। ପୋଲସରା ବନାଞ୍ଚଳ ଅଧିକାରୀ ସଚିନ୍ କୁମାର ପ୍ରଧାନ ମୁଖ୍ୟ ଅତିଥି, ଉପ ବନାଞ୍ଚଳ ଅଧିକାରୀ ନନ୍ଦ କିଶୋର ସିଂ ମୁଖ୍ଯବକ୍ତା, ବନପାଳ ସରସ୍ଵତୀ ନାୟକ ଓ ବନରକ୍ଷୀ ସୁବୋଧ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ବନ୍ୟପ୍ରାଣୀ ସପ୍ତାହର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ସହ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ଶୁଭକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


