ବନ୍ୟପ୍ରାଣୀ ହତ୍ୟା ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ସାଂସଦ ଅନୁଭବ

ନୂଆଦିଲ୍ଲୀ: ବନ୍ୟପ୍ରାଣୀ ମାରିବା ପାଇଁ ସରକାରୀ ପ୍ରୋତ୍ସାହନ ବିରୋଧରେ ହସ୍ତକ୍ଷେପ ଦାବି କରି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି। ତାଙ୍କର ଏଭଳି ପଦ‌କ୍ଷେପକୁ ‘ପିପୁଲ୍ ଫର୍ ଆନିମଲ୍ସ ଆଣ୍ଡ୍ ହ୍ୟୁମେନ୍ ସୋସାଇଟି ଇଣ୍ଟର୍‌ନ୍ୟାସ୍‌ନାଲ୍’ ପ୍ରଶଂସା କରିଛି। ନୀଳଗାଈ, ପାତି ମାଙ୍କଡ଼ ଏବଂ ବନ୍ୟ ବରାହ ଆଦି ଜନ୍ତୁଙ୍କୁ ମାରିବାକୁ ବିହାର, ହିମାଚଳ ପ୍ରଦେଶ ଏବଂ କେରଳ ଭଳି ରାଜ୍ୟ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି। ଫଳରେ ଫାଶ, ତାର ଯନ୍ତା, ବିସ୍ଫୋରକ, ବିସ୍ଫୋରକ ଏବଂ ବିଷ ମିଶ୍ରିତ ଖାଦ୍ୟ ପ୍ରଲୋଭନ ଦ୍ବାରା କେତେକ ପ୍ରାଣୀ ଓ ଜଣେ ପିଲାର ମୃତ୍ୟୁ ରିପୋର୍ଟକୁ ଆଧାର ଏହି ପିଟିସନ୍ ଦାଏର କରାଯାଇଛି। ଏସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଘଟୁଛି। ବିଶେଷତଃ, ଜୀବହତ୍ୟାକୁ ଉତ୍ସାହ ଓ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାରମାନଙ୍କୁ ଏସବୁ ବନ୍ଦ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିବାକୁ ଏହି ପିଟିସନ୍‌ରେ ଅନୁରୋଧ କରାଯାଇଛି। ସାଂସଦ ମହାନ୍ତି କହିଛନ୍ତି, ସମ୍ପ୍ରତି ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ମୁକାବିଲା ନିମନ୍ତେ କୌଣସି ନିର୍ଦ୍ଧାରିତ ମାର୍ଗଦର୍ଶିକା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଇତଃସ୍ତତଃ, ଅବୈଜ୍ଞାନିକ ନୀତି ଶିକାରୀ ଓ ସାଧାରଣ ଜନତାଙ୍କୁ ଜୀବଜନ୍ତୁଙ୍କୁ ହତ୍ୟା କରିବାକୁ ଉତ୍ସାହ ଦେଉଛି। ଏହାଛଡ଼ା, ବନ୍ୟଜନ୍ତୁ ଓ ମଣିଷ ସଂଘର୍ଷ ବିଲୋପ କରିବାକୁ ଲୋକମାନଙ୍କୁ ବନ୍ୟଜନ୍ତୁ ହତ୍ୟା କରିବା ନିମନ୍ତେ ଉତ୍ସାହିତ ନ କରି, ନିୟନ୍ତ୍ରଣ କରାଯିବା ଭଳି, ଗଠନମୂଳକ ଓ ବୈଜ୍ଞାନିକ ଉପାୟ ବାହାର କରିବାକୁ ଏହି ପିଟିସନ୍‌ରେ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ