ବନ୍ୟାଞ୍ଚଳ ବୁଲିଲେ ବିଧାୟକ

ହାଟଡିହିି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାରେ ହାଟଡିହି ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଆଜି ଅପରାହ୍ନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ସମଣା, ଆମ୍ବୋ, ଗେଡମା, ହାବଳେଶ୍ୱର, ଆଇତିପୁର ଆଦି ପଞ୍ଚାତର ବିଭିନ୍ନ ଗାଁ ଗ୍ରସ୍ଥକରି ବନ୍ୟା ପରିସ୍ଥିତି ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ବଡ ରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଗେଡମା ସରପଞ୍ଚ ପ୍ରତିନିଧି ବାବୁଲା କାଣ୍ଡି, ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ଇଂ ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ଚିନ୍ମୟ ନାୟକ, ସମିତି ସଭ୍ୟ ତାରିଣୀ ପ୍ରସାଦ ସେନାପତି, ବାବନ ସେଠୀ, ହରେକୃଷ୍ଣ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ବିଭିନ୍ନ ଅଞ୍ଚଳ ଗ୍ରସ୍ଥ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ