ବନ୍ୟାଞ୍ଚଳ ବୁଲିଲେ ବ୍ଳକ ଅଧ୍ୟକ୍ଷା

ହାଟଡିହିି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ହାଟଡିହି ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ସେମାନଙ୍କ ସମସ୍ୟା ବୁଝିବା ପାଇଁ ଆଜି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଆଇତିପୁର, ରାଘବପୁର, ମଦରଙ୍ଗା, ଅମୃତପୁର ଆଦି ଗ୍ରାମକୁ ବୋଟ ଯୋଗେ ଯାଇ ଲୋକଙ୍କୁ ଭେଟି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ତାଙ୍କ ସହିତ ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ଅଭିମନୁ୍ୟ ସେଠୀ, ଚିନ୍ମୟ ନାୟ. ଗୌରାଙ୍ଗ ରଣା ପ୍ରମୁଖ ସାଙ୍ଗରେ ଯାଇ ବିପପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସବୁ ଲିପିବଦ୍ଧ କରିଥିଲେ । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବାବେଳେ ତୁରନ୍ତ ସେମାନଙ୍କୁ ପଲିଥିନି ପ୍ରଦାନ କରିବାପାଇଁ ପ୍ରଶାସନକୁ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ