ବନ୍ୟାପାଣିରେ ଫଟୋଶୁଟ୍ କରି ଟ୍ରୋଲ ହେଲେ ଏହି ମଡେଲ
ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହାଇ ବନ୍ୟା ପରିସ୍ଥିତି ସୃଷ୍ଟି ହାଇଛି । ୧୫ଟି ଜିଲାରେ ରେଡ୍ ଆଲର୍ଟ ଜାରିହୋଇଛି । ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । କିନ୍ତୁ ପାଟନାର ଜଣେ ମଡେଲ ବନ୍ୟାପାଣିରେ ଫଟୋଶୁଟ୍ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି ମଡେଲ ଅଦିତୀ ସିଂହ । ଯେଉଁସ୍ଥାନରେ ପ୍ରବଳ ବର୍ଷା ହାଇଛି ସେଠି ଅଦିତୀ ଠିଆ ହୋଇ ଫଟୋ ଉଠାଇଛନ୍ତି । ସୋସିଆଲ ମିଡିିଆରେ ଏହି ଫଟୋ ଭାଇରାଲ ହେବା ପରେ ୟୁଜରମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ଫଟୋରେ ସେ ଏକ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧି ପାଣି ଭିତରେ ପଶି ଭିନ୍ନ ଭିନ୍ନ ଢଙ୍ଗରେ ଫଟା ଉଠାଇଛନ୍ତି । ଏହି ଫଟା ଦେଖିବା ପରେ କିଛି ଲୋକ ଫଟୋଗ୍ରାଫର ଏବଂ ଅଦିତୀଙ୍କୁ ପ୍ରଶ୍ନ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ବନ୍ୟାରେ ପାଟନା ଭାସୁଥିବାବେଳେ ତୁମେ କେମିତି ଏ ଫଟୋ ଉଠାଇଛ?
ଏହି ଫଟୋଟିକୁ ଫଟୋଗ୍ରାଫର ସୌରଭ ଅନୁରାଜ ନିଜ ଫେସବୁକରେ ପୋଷ୍ଟ କରିଥିଲେ । ଏହା ପରେ ସୌରଭ ସଫେଇ ଦେଇଛନ୍ତି ଯେ, ଏଠାରେ ବନ୍ୟା ପରିସ୍ଥିତି କିପରି ରହିଛି ଲୋକଙ୍କୁ ଦେଖାଇବା ପାଇଁ ଏପରି ଫଟୋ ଉଠାଯାଇଛି । କାରଣ ଫଟା ଦେଖିବା ପରେ ସମଗ୍ର ଦେଶର ଲୋକେ ବନ୍ୟା ସମ୍ପର୍କରେ ଖବର ପାଇବେ । ଏହା କୌଣସି ଅଲଗା ଉଦ୍ଦେଶ୍ୟ ରଖି ଉଠାଯାଇନାହିଁ ।


