ବନ୍ୟାରେ ଉତ୍କଳ ବିପନ୍ନ ସହାୟତା ସମିତିର ସେବା କାର୍ଯ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଳିତ ବର୍ଷ ବନ୍ୟାରେ ୧୬ଟି ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ସରକାରୀ ଭାବରେ ଘୋଷଣା କରାଯାଇଅଛି । ଏସ୍.ଆର.ସି.ଙ୍କ ଦ୍ୱାରା ବନ୍ୟା ଆଶଙ୍କା ଥିବାରୁ ବନ୍ୟା ଅଂଚଳମାନଙ୍କରେ ନିୟମିତ ବିବରଣୀ ପ୍ରକାଶ କରାଯାଇଥିବାରୁ ଧନ ଜୀବନ ହାନି ନ ହୋଇଥିଲେ ମଧ୍ୟ ଉକ୍ତ ଅଂଚଳରେ ଲୋକମାନଙ୍କର ଗୋଟିଏ ବର୍ଷର ଖାଦ୍ୟ ଯଥା-ଧାନ ଓ ପରିବାପତ୍ର ପଚିସଢି ନଷ୍ଟ ହୋଇଛି । ସମିତି ତରଫରୁ ବନ୍ୟା ପ୍ରପିଡୀତ ଅଂଚଳ ଯଥା- ଡେଲାଙ୍ଗ, ପିପିଲି, ଗୋପ, କଣାସ ଆଦି ସ୍ଥାନରେ ଶୁଖିଲା ଖାଦ୍ୟ, ଚୁଡା, ଗୁଡ, ବିସ୍କୁଟ ଆଦି ବଂଟନ କରାଯାଇ ଅଛି ବୋଲି ସମିତିର ସମ୍ପାଦକ ଅଚୁତାନନ୍ଦ ପାଣିଗ୍ରାହୀ ଜଣାଇ ଅଛନ୍ତି ।