ବନ୍ୟା ଆଶ୍ରୟସ୍ଥଳୀ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତା, ଜିଲା ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ସଂଯୋଜନାରେ ଗତ ୭ ଦିନ ଧରି ଚାଲିଥିବା ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା କମିଟି ବିପର୍ଯ୍ୟୟ ପରିଚାଳନା, ନଥିପତ୍ର ପ୍ରସ୍ତୁତି, ରକ୍ଷାବେକ୍ଷଣ ବିଷୟରେ ୪ ଦିନ, ଅନୁସନ୍ଧାନ ଓ ଉଦ୍ଧାରକାରୀ ଦଳ ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ, ଉଦ୍ଧାର କରିବା ବିଷୟରେ ଜ୍ଞାନ, କୌଶଳ ଓ ଉପକରଣ ବ୍ୟବହାର ବିଷୟରେ ୫ ଦିନ, ପ୍ରାଥମିକ ଚିକିତ୍ସା ଦଳ ପ୍ରାଥମିକ ଚିକିତ୍ସାର ଜ୍ଞାନ କୌଶଳ ବିଷୟରେ ୨ ଦିନ ତାଲିମ ପ୍ରଦାନ କରାଯାଇଥିଲା । ତାଲିମଦାତା ଭାବେ କାଳୀପଦ ରାୟ, ମାନସୀ ଜେନା, ବସନ୍ତ କୁମାର ଖିଲାର, ପ୍ରଦୀପ ଜେନା ଯୋଗ ଦେଇଥିଲେ । ଉଦଯ୍‌ାପନୀ ଉତ୍ସବରେ ଅତିିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଯୋଗ ଦେଇ ତାଲିମ ଶିବିରରେ ପ୍ରାପ୍ତ ଜ୍ଞାନ କୌଶଳ ଗୁଡିକୁ ସଠିକ୍ ସମୟରେ ବ୍ୟବହାର କରି ଧନଜୀବନର ସୁରକ୍ଷାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଚାରିଗାଁ ସରପଞ୍ଚ ତଥା ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଭାପତି ଗୀତିକା ଭୋଇଙ୍କ ସଭାପତିତ୍ୱ ତଥା ସମ୍ପାଦକ ରାମ ଚନ୍ଦ୍ର ସାହୁଙ୍କ ପରିଚାଳନା ଏବଂ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ ଶିବିରର ଉଦ୍‌ଯାପନୀ ଉତ୍ସବରେ ପିଇଓ ବୀର କିଶୋର ନାୟକ ଅତିଥି ପରିଚୟ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ତାଲିମ ଶିବିରରେ ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଅମ୍ଳାନ ସେନାପତି, ଆଗରପଡା ଅଗ୍ନିଶମ ବାହିନୀ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉପାଦେୟ ଜ୍ଞାନ କୌଶଳ ଶିକ୍ଷା ଦେଇଥିଲେ । ତାଲିମ ଶିବିରକୁ ପ୍ରଦୀପ ଜେନା, ଅନାମ ଜେନା, ଆନନ୍ଦ ଜେନା, ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ବେହେରା, ଜୟଶ୍ରୀ ସାହୁ, ଶୈଳବାଳା ସାହୁ, ରଶ୍ମିରେଖା ସାହୁ, ମାନସ ମିଶ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ