ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହଯୋଗର ହାତ ବଢାଇଲେ ସନ୍ତୋଷ

ପାରାଦୀପ,(ପିତବାସ ପ୍ରଧାନ): ବିଶିଷ୍ଟ ଶ୍ରମିକ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଓ ଉନ୍ନୟନ ବିଭାଗ ଦାୟିତ୍ୱ ପାଇଥିବା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଚଳିତବର୍ଷ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା ଓ ବନ୍ୟା ପୂର୍ବର ପଦକ୍ଷପ, ଚଳିତ ବନ୍ୟାରେ ଜଗତସିଂହପୁର ଜିଲ୍ଲାରେ ଜିରୋ କାଜୁଆଲିଟି ରହିଛି। ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ବନ୍ୟା ପୀଡିତ ଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି।ଏଥିସହିତ ଶ୍ରୀଯୁକ୍ତ ପଟ୍ଟନାୟକ ଡଙ୍ଗା ଯୋଗେ କୁଜଙ୍ଗ ବ୍ଲକ ର ବନ୍ୟା କ୍ଷତିଗ୍ରସ୍ତ ଭଣ୍ଡୁଆ, ସାହାରାଡିଆ, ବରିହାଡିଆ, ଜୟଶଙ୍ଖପୁର, ହରିପୁର, ତେରମାଣପୁର, ମାଧବପୁରଡିଆ ପ୍ରଭୁତି ଗ୍ରାମକୁ ଗ୍ରସ୍ତକରି ଶହ ଶହ ପରିବାରକୁ ଭେଟିବା ସହିତ ସେମାନଙ୍କୁ ସହାୟତାର ହାତ ବଢାଇଥିଲେ। ଯେହେତୁ ଏହି ଗ୍ରାମରେ ୧୦ ଫୁଟ ର ପାଣି ଜମି ରହିଛି, ତେଣୁ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଚୁଡା, ଗୁଡ, ପାଉଁରୁଟି, କଦଳୀ, ବିସ୍କୁଟ ପ୍ରଭୃତି ଖାଦ୍ୟ ଯୋଗାଇ ଦେବା ସହିତ ସେହି ଲୋକମାନଙ୍କ ର କ’ଣ ସବୁ ସମସ୍ୟା ରହିଛି ସେ ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କର ଏହି ଗ୍ରସ୍ତରେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଙ୍ଗ ର ସମ୍ପାଦକ ରଞ୍ଜନ କୁମାର ପଲାଇ, ପାରାଦ୍ବୀପ ବନ୍ଦର ଜମିହରା କୃଷକ ସଂଘ ର ସଭାପତି ଚିନ୍ମୟ ଦାସ, ଅରୁପ ପଟ୍ଟନାୟକ, ଶିଶିର କୁମାର ଦାସ, ପ୍ରଭାତ ବେହେରା, କୁଲିଗଂ ସ୍ବାଇଁ, ମିହିର କଣ୍ଠ ସାହୁ, ସମାଜସେବୀ ଭାସ୍କର ଆଚାରୀ (ବାସୁ),ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ