ବନ୍ୟା ପରିସ୍ଥିତି ଦୃଷ୍ଟିରୁ ସପ୍ତାହନ୍ତ ୨ଦିନିଆ ସଟଡାଉନ ପ୍ରତ୍ୟାହାର କଲେ ଜିଲ୍ଲାପାଳ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପାଇଁ ଜିଲ୍ଲାରେ ଘୋଷଣା କରାଯାଇଥିବା ସପ୍ତାହନ୍ତ ୨ଦିନିଆ ସଟଡାଉନକୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତ୍ୟାହାର କରିନେଇଛନ୍ତି । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଟୁଇଟ କରି ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି । କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କ ଏହି ନିର୍ଦେଶକୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ପ୍ରଚାର କରାଯାଇଥିବା ବେଳେ ଅନ୍ୟାନ୍ୟ ବ୍ଲକ ଗୁଡିକ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି ।