ବନ୍ୟା ପିଡିତଙ୍କୁ ରିଲିଫ ବାଣ୍ଟିଲେ ସାଂସଦଙ୍କ ପ୍ରତିନିଧି ପ୍ରତାପ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବନ୍ୟା ପାଣି ଘେରରେ ଥିବା କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତର ମାଣ୍ଡିଆ ଓ କୁଦ ମାଣ୍ଡିଆ ଗ୍ରାମର ବନ୍ୟା ପ୍ରପିଡିତମାନଙ୍କ ପାଖରେ ଡଙ୍ଗା ସାହାଯ୍ୟରେ ପହଞ୍ଚି ସେମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହ ରିଲିଫ ବଣ୍ଟନ କରିଛନ୍ତି କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ମହାକାଳପଡା ବ୍ଲକ ପ୍ରତିନିଧି ତଥା ଯୁବ ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ । ସେହି ଗ୍ରାମ ଦୁଇଟିର ବନ୍ୟା ପାଣି ଘେରରେ ଥିବା ପରିବାର ଗୁଡିକୁ ଚୂଡା, ଚିନି, ବିସ୍କୁଟ, ମହମବତୀ ଓ ଦିଆସିଲି ପ୍ରଭୃତି ଥିବା ରିଲିଫ ପ୍ୟାକେଟ ପ୍ରଦାନ କରିଥିଲେ ଶ୍ରୀ ଦାସ । ଏଥିସହିତ ଗାଧୋଇବାକୁ ଯାଇଥିବା ବେଳେ ଗୋଡଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ମାଣ୍ଡିଆ ଗ୍ରାମର ଟହଲି ସାହୁ(୭୭)ଙ୍କ ପରିବାର ନିକଟରେ ପହଞ୍ଚି ସେମାନଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ସମାଜସେବୀ ଶ୍ରୀ ଦାସ । ଏହି ରିଲିଫ ପ୍ରଦାନ କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସହିତ ସମାଜସେବୀ ସନ୍ତୋଷ କୁମାର ବେହେରା ଓ ଇଂ ମାନସରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ