ବନ୍ୟା ବିପନ୍ନଙ୍କୁ ତ୍ରାଣସାମଗ୍ରୀ ବଣ୍ଟନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସଂଯୋଜନାରେ ରାମକୃଷ୍ଣ ମିଶନ ପକ୍ଷରୁ ଆଜି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ବନ୍ଯା ପ୍ରଭାବିତ ହଜାର ହଜାର ପରିବାରଙ୍କୁ ଶୁଖିଲା ଖାଦ୍ୟ ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି। ରାମକୃଷ୍ଣ ମିଶନର ଉପସ୍ଥିତି ଓ ଆଶିଷ ପାତ୍ର, ମିଶନର ସନ୍ୟାସୀ ସ୍ୱାମୀ ଅଦ୍ୱୈୟାନନ୍ଦଙ୍କ ସହିତ ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ଅଂଶୁମାନ ମହାନ୍ତି, ରାଧାକାନ୍ତ ପ୍ରଧାନ, କ୍ୟାପଟେନ ଅଶୋକ ଦାସ, ଭୋଗରାଇ ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଜେନା ପ୍ରମୁଖ ଖାଦ୍ୟ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ – ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ