ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ, ଔଷଧ ,ପାନୀୟଜଳ ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ଗୋପ ବ୍ଲକ ଗଣେଶ୍ଵରପୁର ଓ ରାହାଁଗୋରଡା ପଞ୍ଚାୟତ ର ବିଭିନ୍ନ ଗାଁ ର ବିପନ୍ନ ପରିବାର କୁ ସ୍ଥାନୀୟ ସାମ୍ୱାଦିକ ଓ ସ୍ବେଛାସେବୀ ଅନୁଷ୍ଠାନ ଦିବ୍ୟଜ୍ୟୋତି ସେବାଶ୍ରମ ପକ୍ଷରୁ ଶୁଖିଲା ଖାଦ୍ୟ, ମେଡିସିନ ,ନାପକିନ କିଟ୍ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ସହ ସ୍ଥାନୀୟ ସାମ୍ୱାଦିକ ବିଶ୍ବରଂଜନ ବିଶ୍ବଶ୍ରୀ , ପ୍ରକାଶ କାଣ୍ତି , ଆଶିଷ ରଂଜନ ମିଶ୍ର ଓ ଆଦିତ୍ୟ ବିଶ୍ବାଳ, ୪ଜଣ ସ୍ୱେଚ୍ଛାସେବୀ ଯୁବକ ଯୋଗଦେଇ ନିଜ ଜୀବନ କୁ ବାଜି ଲଗାଇ ୧୦ କିମି ବାଟ ବୋଟ ରେ ଜଳଯାତ୍ରା କରି ବନ୍ୟା ପାଣି ଘେର ରେ ଥିବା ବିପନ୍ନ ମାନଙ୍କୁ ସାହାଯ୍ୟ ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟରେ ବରିଷ୍ଠ ସାମ୍ବାଦିକ ହିମାଂଶୁ ନାୟକ, ଅନୁଷ୍ଠାନର କର୍ମକର୍ତ୍ତା ଶୈଳବାଳା ମିଶ୍ର, ହରିହର ଦେଓ, ରବିନ୍ଦ୍ର ନାଥ ସାହୁ ,ନିତ୍ୟାନନ୍ଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ।ସେହିପରି ଓ ଟିଭି କେୟାର ପକ୍ଷରୁ ଗୋପ ବ୍ଲକ ରାହାଁଗୋରଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଓ ସୁବର୍ଣ୍ଣପୁର – ସିଶୋ ରାସ୍ତା ଉପରେ ଆଶ୍ରୟ ନେଇଥିବା ବିପନ୍ନ ମାନଙ୍କୁ ଏକ ଏକ ରିଲିଫ କିଟ୍ ପ୍ରଦାନ କରାଯାଇଛି। ଏହି କିଟ୍ ରେ ଏକ ଟର୍ଚ ଲାଇଟ୍, ସାନିଟାରୀ ପ୍ୟାଡ, ବିସ୍କୁଟ, ଓ ଆର ଏସ ପାଉଡର ରହିଛି।ସ୍ଥାନୀୟ ସାମ୍ୱାଦିକ ସଞ୍ଜୟ ପତି ଙ୍କ ତତ୍ବାବଧାନରେ ଏହି ରିଲିଫ ପ୍ରଦାନ କରାଯାଇଥିଲା।


