ବନ୍ୟା ଯୋଗୁଁ ଧାନ ତଳି ନଷ୍ଟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିବା ଯୋଗୁ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। କଣ୍ଟି ଏସ୍କେପ ଦେଇ ବନ୍ୟା ଜଳ ନିଷ୍କାସିତ ହେବା ଯୋଗୁ ବ୍ଲକର ଷୋଳମପୁର, ନପଙ୍ଗ, ମାଳଦା, ରହଣିଆ ପ୍ରମୁଖ ପଞ୍ଚାୟତ ଚାଷ ଜମି ଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଖାଲୁଆ ସ୍ଥାନକୁ ବନ୍ୟା ଜଳ ମାଡିଯିବା ଯୋଗୁ ଧାନ ତଳି ଗୁଡିକ ନଷ୍ଟ ହୋଇଛି। କଣ୍ଟି ଏସ୍କେପ ନିକଟବର୍ତ୍ତୀ ଚାଙ୍ଗୁଆ, ବିରୋଳି, ଜଳହରି, ବରାହନୂଆପଡା, ନୌରଙ୍ଗପୁର, ତିଖିଲିଆ, ଦାଣ୍ଡକୂଳ, ମାଳଦା, ରହଣିଆ, ରାଢୋ ଗାଁର ଚାଷୀ ମାନେ କ୍ଷତି ସହିଛନ୍ତି। ବନ୍ୟା ପାଣି ଯୋଗୁଁ ପଟୁ ମାଡିଯିବା ଫଳରେ ଖାଲୁଆ ସ୍ଥାନରେ ଥିବା ତଳି ଗୁଡିକ ନଷ୍ଟ ହୋଇଛି। ଏହାଛଡ଼ା କେତେକ ସ୍ଥାନରେ ସଦ୍ୟ ରୁଆ ହୋଇଥିବା କୃଷି କ୍ଷେତ୍ରର ଚାଷ ଜମି ଗୁଡିକ ନଷ୍ଟ ହୋଇଛି। ବୈତରଣୀ କୂଳରେ ଅବସ୍ଥିତ ଝୁଟୁଣା ଓ ବନ୍ଦାଳୋ- ମଢ଼ିଆଳି ପଞ୍ଚାୟତର ଚାଷୀ ମାନେ ବନ୍ୟା ପାଣି ଦ୍ୱାରା କ୍ଷତି ସହିଥିବା ଜଣାପଡିଛି। ବ୍ଲକ କୃଷି ବିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଚାଷ ଜମିକୁ କ୍ଷତ୍ରିୟ ଅନୁଧ୍ୟାନ ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ