ବନ୍ୟା ଯୋଗୁଁ ୫୨ଟି ରାସ୍ତା କ୍ଷତିଗ୍ରସ୍ତ: ତୁରନ୍ତ ମରାମତି ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ ବନ୍ୟା ରେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ର ୫୨ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ସୂତ୍ର ରୁ ଜଣାପଡ଼ିଛି। ବନ୍ୟା ଛାଡ଼ିବା ପରେ ବିପନ୍ନ ଲୋକେ ଏବେ ଘର ସଜାଡ଼ିବାରେ ଲାଗିଛନ୍ତି। କିନ୍ତୁ ବିଭିନ୍ନ ଗାଁ ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି। ବନ୍ୟା ସ୍ରୋତ ରେ କିଛି କଲ୍‌ଭର୍ଟ ମଧ୍ୟ ଧୋଇଯାଇଛି। ଯାତାୟାତ ବାଟରେ ଖାଲଖମା ଯୋଗୁ ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି। ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, ସତ୍ୟବାଦୀ, କାକଟପୁର ଓ ଅସ୍ତରଙ୍ଗରେ ବ୍ଲକ୍‌ରେ ୫୨ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ୬୮ କିଲୋମିଟର ରାସ୍ତା ଧୋଇଯାଇଛି ଓ ୩ଟି କଲ୍‌ଭର୍ଟ କ୍ଷତିଗ୍ରସ୍ତ ହୋଇଛି। ନିମାପଡ଼ା-ବଳଙ୍ଗା ରୋଡ୍‌ରୁ ଗଡ଼ତୋରିହାଁ ପର୍ଯ୍ୟନ୍ତ ସର୍ବାଧିକ ୪କିମିରୁ ଅଧିକ ରାସ୍ତା ଧୋଇଯାଇଛି। ସେହିଭଳି ପିପିଲି-କୋଣାର୍କ ରାସ୍ତାର ପୁରୁଷଣ୍ଢ ପର୍ଯ୍ୟନ୍ତ ସାଢ଼େ ୩ କିଲୋମିଟର ରାସ୍ତା ଧୋଇ ଯାଇଛି। ସେହିଭଳି ଖେଲାର ‌ରୋଡ୍‌, ଅଙ୍କୁଶପୁର, ଗୋପାଳପୁର ରୁ ମୁରାରିପୁର, ଭୂଆଁରୁ ବଉଳପଡ଼ା, ବାମନାଳରୁ ବଳଙ୍ଗା ରାସ୍ତା ବିଶେଷ ପ୍ରଭାବିତ ହୋଇଛି। ସେହିଭଳି ଗୋପର ଲୁଣାହାର ରାସ୍ତାର ସର୍ବାଧିକ ୩ କିମିରୁ ଅଧିକ ରାସ୍ତା ଧୋଇ ଯାଇଥିବା ବେଳେ ସୁବର୍ଣ୍ଣପୁରରୁ ଗବକୁଣ୍ଡ ରାସ୍ତା ପାଖାପାଖି ୩ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ସତ୍ୟବାଦୀର କେତକୀପାଟଣା ଭାୟା ଦେଇ ଯାଇଥିବା ପ୍ରାୟ ସାଢ଼େ ୩ କି‌ମି ରାସ୍ତା ପ୍ରଭାବିତ ହୋଇଥିବା ବ‌େଳେ କେତକୀପାଟଣାରୁ ଆଳନ୍ଦପଡ଼ା ଓ କେତକୀପାଟଣାରୁ ଦୁବପାଟଣା ଓ ଓରତଣ୍ଡା ରାସ୍ତା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କାକଟପୁରର ପାଣିଛତ୍ର, ଅସ୍ତରଙ୍ଗର ତାଳଦା ଓ ରିସୋଲାରେ ରାସ୍ତା ଧୋଇଯାଇଛି। ତୁରନ୍ତ ବିଭାଗୀୟ କତ୍ତୃପକ୍ଷ ରାସ୍ତା ସବୁ ର ମରାମତି କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି। ଏ ସମ୍ପର୍କ ରେ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରେ ବନ୍ୟା ପାଣିରେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବା ସେ ସ୍ବୀକାର କରିବା ସହିତ ଏହାର ତ୍ବରିତ ତଥା ପ୍ରାରମ୍ଭିକ ପର୍ଯ୍ୟାୟ ପୁନରୁଦ୍ଧାର ପାଇଁ ପ୍ରାୟ ୩୬ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ