ବନ୍ୟା ସୁରକ୍ଷା ନାମରେ ନିର୍ମାଣା ହୋଇଥିବା ନଦୀବନ୍ଧ ଅବସ୍ଥା ଏବେ ଶୋଚନୀୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଯାଜପୁର ଜଳସମ୍ପଦ ବିଭାଗ ଅଧିନ ଆଖୁଆପଦା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବନ୍ୟା ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ନଦୀବନ୍ଧ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ସୂଚନା ଅନୁଯାୟୀ ୫.୬.୨୦୧୮ମସିହାରେ ନାବାର୍ଡ ପକ୍ଷରୁ ବୈତରଣୀ ବାମପାଶ୍ୱର୍ ବଳିଘାଇ ଠାରୁ ଆନନ୍ଦପୁର ଯାଏଁ ନୂତନ ଭାବେ ନଦୀବନ୍ଧ ନିର୍ମାଣ ହୋଇଥିଲା । ଯାଜପୁର ଜିଲ୍ଲାର ଜନୈକ ପ୍ରଭାବଶାଳୀ ଠିକାଦାର ଉକ୍ତ ନଦୀବନ୍ଧ ନିର୍ମାଣ ପାଇଁ ୧୨କୋଟି ୪୯ଲକ୍ଷ୪୫ହଜାର୫୦୬ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । ନଦୀବନ୍ଧ ସଦୃଢୀକରଣ ସହିତ ଗମନାଗମନ ପାଇଁ ମାଟି, ମୋରମ ଓ ବାଲିରେ ବନ୍ଧ ନିର୍ମାଣ ହୋଇଥିଲା । ସ୍ଥଳ ବିଶେଷରେ ଅନେକ ଜାଗାରେ ନିର୍ମାଣ ହୋଇଥିବା ନଦୀବନ୍ଧର କାର୍ଯ୍ୟ ଅତି ନିକୃଷ୍ଟମାନର ହୋଇଥିବାରୁ ଏବେ ତାହା ବନ୍ଧର ପୂର୍ବ ଅବସ୍ଥା ଭଳି ହୋଇଗଲାଣି । କାମ ସରିବାର ମାତ୍ର କେତେମାସ ପରେ ମଣିନାଥପୁର, ଷୋଳମପୁର, ବିନ୍ଧାଣ, ରଘୁନାଥପୁର ପ୍ରମୁଖ ସ୍ଥାନ ଗୁଡିକରେ ନଦୀବନ୍ଧ ଫାଟି ଆଁ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ପାଇଁ କୌଣସି କାର୍ଯ୍ୟ କରାଯାଇନାହିଁ । ଉକ୍ତ ନଦୀବନ୍ଧ ପାଶ୍ୱର୍ବର୍ତ୍ତୀ ପ୍ରାୟ ୪ରୁ୫ଖଣ୍ଡି ପଞ୍ଚାୟତ ବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ନିର୍ମାଣ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ଲକ୍ଷ୍ୟକିନ୍ତୁ ପୂରଣ ହୋଇପାରିନାହିଁ । ବିଶେଷକରି ଦୀର୍ଘ ଦଇୁବର୍ଷ ହେବ ମଣିନାଥପୁର ସୀମାନ୍ତ ସ୍ଥାନ ଗୁଡିକରେ ବନ୍ଧ ନଦୀ ମଧ୍ୟକୁ ଅନେକ ଧସିଗଲାଣି । ଏପରିକି ବନ୍ଧ ଉପରେ ମୋଟରସାଇକେଲ କିମ୍ବା ସାଇକେଲ ନେଇ ଯିବା ଅସମ୍ଭବ ହୋଇପଡୁଛି । ଏପଟେ ନଦୀରେ ବନ୍ୟା ଆସିଲେ ଭଗ୍ନ ନଦୀବନ୍ଧକୁ ନେଇ ଲୋକଙ୍କ ନିଦ ହଜିଯାଉଛି । ଏନେଇ ନଦୀବନ୍ଧ ପୁନଃ ମରାମତି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାନେ ଏହା ଉପରେ ଗୁରୁତ୍ୱ ଦେଉନଥିବା ମନେହେଉଛି । ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ