ବନ୍ୟ ଜନ୍ତୁ ଭାବି ମନୁଷ୍ୟକୁ ମାରିଦେଲା ଶିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳରେ ବନ୍ୟ ଜନ୍ତୁକୁ ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ସିକାରୀ ଗୁଳିରେ ଜଣେ ନିରିହ ମନୁଷ୍ୟର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାଟି ୧୪ତାରିଖ ରବିବାର ଘଟିଥିବା ଜଣାପଡିଛି । ରବିବାର ଭୋରରେ ଆର.ଉଦୟଗିର ବ୍ଲକର ଜିରାଙ୍ଗ ଗ୍ରାମର ଥୋମାସ ବଡରଇତ ନିକଟସ୍ଥ ହାତିମୁଣ୍ଡା ଜଙ୍ଗଲକୁ ବନ୍ଧୁକ ଧରି ସିକାର କରିବାପାଇଁ ଯାଇଥିଲା । ଏକ ବାଉଁସ ବୁଦା ନିକଟରେ ଜନ୍ତୁ ରହିବା ଭଳି ସବ୍ଦ ଶୁଣି ଥୋମାସ ନିଜ ବନ୍ଧୁକରୁ ଗୁଳି ଫୁଟାଇଥିଲା । ହେଲେ ବନ୍ୟ ଜନ୍ତୁ ବଦଳରେ ଶିକାରୀର ଗୁଳିରେ ଜଣେ ମନୁଷ୍ୟର ମୃତ୍ୟୁ ଘଟିଥିଲା । ଘଟଣାରୁ ପ୍ରକାଶ ଜିରାଙ୍ଗ ଗ୍ରାମର ଅନନ୍ତ ବଡରଇତ ଓ ତାଙ୍କ ପତ୍ନି ସେହି ରବିବାର ଭୋରରେ ଜଙ୍ଗଲରୁ ବାଉଁସ କରଡି ସଂଗ୍ରହ କରିବାପାଇଁ ଯାଇଥିଲେ । ଅନନ୍ତ ବଡରଇତ ବାଉଁସ ବୁଦାରୁ କରଡି ସଂଗ୍ରହ କରୁଥିବାବେଳେ ବନ୍ୟ ଜନ୍ତୁ ଭାବି ସିକାରୀ ଥୋମାସ ଗୁଳି କରିଥିଲା ଏଥିରେ ବନ୍ୟ ଜନ୍ତୁ ବଦଳରେ ଅନନ୍ତ ଟଳିପଡିଥିଲା । ପତି ଅନନ୍ତଙ୍କ ଚିତ୍କାର ସୁଣି ଅନ୍ୟ କିଛି ଦୁରରେ ରହିଥିବା ବାଉଁସ ବୁଦାରୁ କରଡି ସଂଗ୍ରହ କରୁଥିବା ଅନନ୍ତଙ୍କ ପତ୍ନି ଦୌଡି ଅସିଥିଲେ । ସେ ପହଞ୍ଚିବାପରେ ଦେଖିଥିଲେ ଅନନ୍ତ ସିକାରୀ ଥୋମାସର ଗୁଳିରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ନେଇ ଅନନ୍ତଙ୍କ ଭାଇ ଅନାମ ବଡରଇତ ଆର.ଉଦୟଗିର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗତକାଲି ଶିିକାରୀ ଥୋମାସ ବଡରଇତକୁ ଗିରଫ କରିଛି । ଏ ନେଇ ଆର.ଉଦୟଗିର ଥାନାରେ ୧୦୫/୧୯କେସ ନମ୍ବରରେ ମକଦ୍ଧମା ରୁଜୁ ହୋଇଛି । ବନ୍ୟ ଜନ୍ତୁ ଭାବି ମନୁଷ୍ୟକୁ ଗୁଳିମାରି ହତ୍ୟା କରିଥିବା ଥୋମାସକୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଆର.ଉଦୟଗିର ଆଇଆଇସି ମମତା ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ