ବନ ଉନ୍ନୟନ ନିଗମର ଅପାରଗତା ଯୋଗୁ ଶ୍ରୀ ହୀନ ଅବସ୍ଥାରେ ରାସ୍ତା ପାର୍ଶ୍ୱର ବୃକ୍ଷରୋପଣ କାର୍ଯ୍ୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ପରିବେଷ ସୁରକ୍ଷା ଓ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ ବୃକ୍ଷରୋପଣ ସକାଶେ ସରକାର ଜଙ୍ଗଲ ବିଭାଗ ଜରିଆରେ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ଦୁଃଖ ଓ ପରିତାପର ବିଷୟ ଏନେଇ ବୃକ୍ଷରୋପଣ ହେଉଥିଲେ ସୁଦ୍ଧା ସରକାର କେ ମାଲ ଦରିଆମେ ଡାଲ ଭଳି ବିଭାଗୀୟ ଦାୟିତ୍ୱ ହୀନତା ଅଭାବରୁ ତାହା ଠିକ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ ଗତ ୨୦୧୭-୧୮ ଆଥିିକ ବର୍ଷରେ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ବିଭିନ୍ନ ପ୍ରକାର ୮୪୦ ବୃକ୍ଷରୋପଣ ହୋଇଥିଲା । ପଞ୍ଚାୟତ ଅଧିନ ବିଶୋଳ ଛକ ଠାରୁ ତେସିଙ୍ଗା ଗାଁ ଯାଏଁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଦୁଇ ପାଶ୍ୱର୍ରେ ବୃକ୍ଷରୋପଣ ହୋଇଥିଲା । ବୃକ୍ଷ ମଧ୍ୟରେ କରଞ୍ଜ, ଲିମ୍ବ, ଆମ୍ବ, କୃଷ୍ଣଚୂଡା, ଅର୍ଜୁନ ପ୍ରଭୃତି ରହିଥିଲା । ଉକ୍ତ କାର୍ଯ୍ୟ ପାଇଁ ପାଣିକୋଇଲି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ହୋଇଥିବାବେଳେ ଯାଜପୁରରୋଡ ବନ ଉନ୍ନୟନ ନିଗମ ବିଭାଗ ହାତରେ ରକ୍ଷଣାବେକ୍ଷଣ ଦାୟିତ୍ୱ ନ୍ୟସ୍ତ ଥିଲା । ପରିତାପର ବିଷୟ ଏତେ ଗୁଡିଏ ଗଛ ଲାଗିସାରିବା ପରେ ଏହାର ସଠିକ ଯତ୍ନ ନହେବା କାରଣରୁ ଧିରେ ଧିରେ ଗଛ ଗୁଡିକ ନଷ୍ଟ ହୋଇଗଲା । ବିଶୋଳ ଛକରୁ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ରାସ୍ତାର ଦୁଇପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଲକ୍ଷ, ଲକ୍ଷ୍ୟରେ ହିଁ ରହିଗଲା । ବୃକ୍ଷ ଲାଗିବା ବେଳେ କେବଳ ପ୍ରଥମ ୧୫ଦିନରୁ ମାସେ ଯାଏଁ ଏହାର ଦେଖାଶୁଣା କରାଯାଇଥିବାବେଳେ ପରବର୍ତ୍ତ ସମୟରେ ବିଭାଗ ପକ୍ଷରୁ ବୃକ୍ଷ ରକ୍ଷାଣବେକ୍ଷଣ ବାବଦରେ କୌଣସି ପଦକ୍ଷେପ ମାନ ନିଆଯାଇନଥିଲା । ଯେଉଁଥି ପାଇଁ ଆଜି ସୁଦ୍ଧା ଚାରି କିଲୋମିଟର ବ୍ୟାପୀ ୮୦୦ଗଛରୁ ମାତ୍ର ୮୦ଗୋଟିରୁ କମ ଗଛ ଥିବା ଜଣାପଡିଛି । ତାହା ପୁଣି ଟାଙ୍ଗରା ଅବସ୍ଥାରେ । ବେହୁଷଣ ନହେବା ଓ ବାଡ ଘେରା ନଯିବାରୁ ବାକିତକ ଥିବା ଗଛ ଗୁଡିକ ମଧ୍ୟ ନଷ୍ଟ ହେବା ଅବସ୍ଥାରେ ରହିଛି । ଉକ୍ତ କାର୍ଯ୍ୟକୁ ଯେହେତୁ ଜିଲ୍ଲା ବାହାରର ସଂସ୍ଥା କରିଥିଲା ତେଣୁ ବୃକ୍ଷ ନଷ୍ଟ ବାବଦରେ ସ୍ଥାନୀୟ ଲୋକ ଆପତ୍ତି ଅଭିଯୋଗ କରିପାରିନଥିଲେ । ଏତେ ଗୁଡିଏ ଗଛ ଲାଗି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ତାହାର କାଣିଚାଏ ଲାଭ ମିଳିପାରିଲା ନାହିଁ । ପ୍ରକୃତ ପକ୍ଷେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଯୋଜନାର ରୂପରେଖ କଣ ଥିଲା ତାହା ଏବେ ତଦନ୍ତ ସାପେକ୍ଷ । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେମାନେ ମୋବାଇଲ କଲକୁ ରିସିଭ କରିନାହାଁନ୍ତି । ସେ ଯାହାବି ହେଉ ସରକାର ପ୍ରଣୟନ କରୁଥିବା ପ୍ରତ୍ୟକ ଜନହିତକାରୀ ଯୋଜନା ଯଦି ସଠିକ ଭାବେ କାର୍ଯ୍ୟକାରୀ ହୋଇପାରନ୍ତା ତାହେଲେ ବର୍ଷକୁ ବର୍ଷ ଯୋଜନାର ପୁନରାବୃତ୍ତି ପାଇଁ କୋଟିକୋଟି ଟଙ୍କାର ବ୍ୟୟ ବରାଦର ଆବଶ୍ୟକତା ପଡନ୍ତା ନାହିଁ ବୋଲି ବୃଦ୍ଧିଜୀବି ମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ