ବନ କର୍ମଚାରୀଙ୍କୁ ଅଟକ ରଖିଲେ ମହିଳା ଗୋଷ୍ଟି
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମରେ ଏକ ଜଙ୍ଗଲ ଭିତରେ ବେଆଇନ ଭାବେ ଚାଲିଥିବା କାଠ ମିଲ୍ ଉପରେ ଗୁରୁବାର ବନବିଭାଗ ପକ୍ଷରୁ ଚାଢ଼ାଉ କରାଯାଇଛି । ଏହାକୁ ବିରୋଧ କରି କିଛି ମହିଳା ଗୋଷ୍ଠି କର୍ମଚାରୀଙ୍କୁ ଅଟକ ରଖିଥିଲେ । ଯାହାକୁ ନେଇ ଗ୍ରାମରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।ଖବରପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ରମ୍ଭା ଥାନାଧିକାରୀ ରଶ୍ମୀରଞ୍ଜନ ବେହେରା,ବନ ବିଭାଗ ବ୍ରହ୍ମପୁର ଡିଭିଜନର ଏସ୍ସିଏଫ୍ ଅଶୋକ ବେହେରା, ଏ.ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ଦିଗପହଣ୍ଡି, ସାମନ୍ତିଆ ପଲ୍ଲୀ ଓ ଖଲ୍ଲିକୋଟ ରେଞ୍ଜର ବନ ବିଭାଗ କର୍ତ୍ତୃପକ୍ଷ ଗ୍ରାମରେ ପହଞ୍ଚି ବନ ବିଭଗ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ମିଲରୁ କାଠ କଟା ମିସିନ ଓ ଏକ ଟ୍ରାକ୍ଟରକୁ ଜବତ କରିଥିଲେ । ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଏକ ମହିଳା ଗୋଷ୍ଟି ଏହି କାଠ କାମ ନିୟମ ଅନୁସାରେ କରୁଥିବା ନେଇ ଦାବି କରିବା ସହ ଚଢ଼ାଉ ସମୟରେ ପ୍ରବଳ ବିରୋଧ କରିଥିବା ଦେଖାଯାଇଥିଲା I