ବନ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ
ବଲାଙ୍ଗୀର : ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡରେ ଅବସ୍ଥିତ ଥିବା ସାହୁ ଲଜରୁ ଜଣେ ବନ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ କର୍ମଚାରୀ ଜଣକ ବୈାଦ୍ଧ ଜିଲ୍ଲା ବନବିଭାଗ କର୍ମଚାରୀ ବୋଲି ଜଣାପଡିଛି । ବନ କର୍ମଚାରୀ ଘର ବରଗଡ ଜିଲ୍ଳା ପଦ୍ମପୁର ଥାନା କଂଅସର ଗ୍ରାମର ବୋଲି ଜଣାପଡିଛି । ସାହୁ ଲର୍ଜ ମାଲିକ ଗତ ୭ ତାରିଖରୁ ଭଡାରେ ରହୁଥିଲେ ବୋଲି ସୂଚନା ଦେଇଥିଲେ । ପୋଲିସ ଖବର ପାଇ ସାହୁ ଲଜରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା କଥା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା କହିଛନ୍ତି ।