ବନ ବିଭାଗର ଦାୟିତ୍ୱହୀନତା , ଦାନ୍ତ ବିହୀନ ହାତି ଉଦ୍ଧାର

କଳାହାଣ୍ଡି(ଯୁଗାବ୍ଦ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ନର୍ଲା ବନାଂଚଳ ଉର୍ଲ।ଦାନୀ ସଂରକ୍ଷିତ ଜଙ୍ଗଲ,ଉତେଇ ଉପକଣ୍ଠ ଚେରେଡ଼ୁଙ୍ଗୁରୀ(ଉତେଇ ନଦୀ କୁଳରୁ ପ୍ରାୟ ତିନିକିଲୋମିଟର)ରେ ଆଜି ଏକ ଦାନ୍ତ ବିହୀନ ମୃତ ହାତୀର ଶବ ପଡ଼ିଥିବା ମନ ବିଭାଗର ଦାୟିତ୍ୱହୀନତାର ଏକ ଚରମ ଉଦାହରଣ । ଗତ କିଛି ଦିନ ତଳେ ଖବର କାଗଜରେ ନର୍ଲା ରେଂଜ ଅଂଚଳରେ ଏକ ଅସୁସ୍ଥ ଦନ୍ତା ହାତୀ ଘୁରିବୁଲୁଥିବାର ଖବର ପ୍ରକାଶ ପାଇବା ସହ ଏ ସଂକ୍ରାନ୍ତରେ ନର୍ଲା ରେଂଜ ଅଧିକାରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା ବେଳେ ସେ ଅତି ହାଲୁକାଭାବରେ କଥାକୁ ଏଡ଼ାଇଯିବା ସହିତ ଲୋକେ ମିଛ ପ୍ରଚାର କରୁଛନ୍ତି ଏବଂ ଆମେ ଜଙ୍ଗଲ ଉପରେ ସଂପୂର୍ଣ୍ଣ ନଜର ରଖିଛୁ ବୋଲି କହିଥିବାବେଳେ ଆଜି ଦିନ ପ୍ରାୟ ବାରଟା ବେଳେ କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କଠାରୁ ଖବର ପାଇ ବନବିଭାଗ କର୍ମଚାରୀ ମାନେ ଉତେଇ ଉପକଣ୍ଠ ନର୍ଲା ରେଂଜ ଅଧିନସ୍ଥ ଉର୍ଲାଦାନୀ ଜଙ୍ଗଲ ତଥା ପ୍ରାୟ ଚାରିକିଲୋମିଟର ଭିତରେ ଥିବା ଚେରେଡ଼ୁଙ୍ଗୁରୀଠାରେ ଏକ ଦାନ୍ତ ବିହୀନ ମୃତହାତୀର ଶବ ପଡ଼ିଥିବାର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ । ଘଟଣାସ୍ଥଳରେ ବନ ବିଭାଗର କିଛି କର୍ମଚାରୀ ସେଠାରେ ମୃତ ହାତୀର ଶବକୁ ଜଗି ରହିଥିବାବେଳେ ଆଉ କିଛି କର୍ମଚାରୀ ଘଟଣାସ୍ଥଳକୁ ଯାଉଥିବାଦେଖିବାକୁ ମିଳିଥିଲା । ତେବେ ସେଠାରେ ଉପସ୍ଥିତ ଥିବାବେଳେ ନିକଟ ଜଙ୍ଗଲରୁ ହାତୀଙ୍କର ଚିକ୍ରାର ଶୁଣିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ,ଗତ କିଛିଦିନ ତଳେ ଏହି ବନ ଖଣ୍ଡ ଅଧୀନସ୍ଥ ଶ୍ରୀପାଲି ଗ୍ରାମର ଜଣେ ବୃଦ୍ଧାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହେଇଥିବାବେଳେ ପ୍ରତିବର୍ଷ ଏହି ସମୟରେ ହାତୀ ପଲ ଙ୍କ ଆତଯାତ ଲାଗିରହିଥାଏ । ତଥାପି ବନ ବିଭାଗ ତରଫରୁ ଯେତିକି ମାତ୍ରାରେ ହାତୀଙ୍କ ସୁରକ୍ଷା ପ୍ରତି ଦୃଷ୍ଠି ଦେବା କଥା ସେତିକିମାତ୍ରାରେ ଦୃଷ୍ଟି ଦିଆଯାଉନଥିବାର ଅଭିଯୋଗ ହେଉଛି । ଆଜି ଉଦ୍ଧାର ହାତୀର ଦାନ୍ତ କୁ କେହି ଦୁବୃତ୍ତ ତାଡ଼ି ନେଇଥିବାବେଳେ ଏହି ଅଂଚଳରେ ହାତୀ ଶିକାରୀଙ୍କ ଉପସ୍ଥିତିକୁ ଜାହିର କରୁଛି । ତେବେ ହାତୀଟିକୁ ମାରିବା ପରେ ତାର ଦାନ୍ତ କାଢିନିଆଯାଇଛି କି ମୃତ ହାତୀର ଶବ ଦେଖିବାପରେ ତାର ଶରୀରରୁ ଦାନ୍ତ କାଢିନିଆଯାଇଛି ତାହା ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଶବ ପଚିବା ଆରମ୍ଭ ହେଇଥିବାବେଳେ କେବେ ହାତୀ ମୃତ୍ୟୁର ଶିକାର ହେଇଛି ତାହା ମଧ୍ୟ ଜଣାପଡ଼ୁନାହିଁ । ଏ ସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ସେ,ଭବାନୀପଟଣାରେ ଅଛି ଏବଂ ଏ ସଂକ୍ରାନ୍ତରେ ଖବର ପାଇ ସାରଛି,ଜିଲ୍ଲା ବନାଂଚଳ ଅଧିକାରୀଙ୍କ ଉପସ୍ଥିତିରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଥାଉ କି,ଡ଼ିଏଫ୍ଓଙ୍କ ଅବହେଳା ସହ ତାଙ୍କର ନିୟମିତ ପରିଦର୍ଶନ ରହୁନଥିବାବେଳେ ବିଭାଗୀୟ କର୍ମଚାରୀଙ୍କ ଦାୟି୍ତ୍ୱହୀନତା ଯୋଗୁଁ ଏହି ରେଂଜରେ ବନ୍ୟଜନ୍ତୁ ଅସୁରକ୍ଷିତ ହେଇପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ