ବନ ବିଭାଗର ମୁଖ୍ୟ ରାସ୍ତାକୁ ତାର ବାଡ଼ କରି କରାଯାଇଛି ସିଲ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଚକ୍ରାନ୍ତର ଚକ୍ର ବିହୋରେ ବନ ବିଭାଗର ମୁଖ୍ୟ ରାସ୍ତା । ହାତ ଗୁଂଜା ଦେଇ କରାଯାଇଛି ପଟା । ଜାଲ ପଟା ଦେଖାଇ ବନ ବିଭାଗର ମୁଖ୍ୟ ଫାଟକରେ ତାଲା । ଏ ଦୃଶ୍ୟ ହେଉଛି ବୁଗୁଡା ବନାଞ୍ଚଳ ଅଧୀନରେ ଥିବା ପଞ୍ଚଭୂତି ବଙ୍ଗଳା ର ଦୃଶ୍ୟ । ଟିକିଏ ଭଲ ଭାବରେ ନଜର ପକାନ୍ତୁ ଏହି ଫାଟକ ଉପରେ କିଭଳି ତାର ବାଡ଼ ସହ ମୁଖ୍ୟ ଫାଟକ ରେ ପକା ଯାଇଛି ତାଲା । ଯାହାକୁ ନେଇ ଜୋର ଧରିଛି ଜନ ଅସନ୍ତୋଷ । ସୂଚନା ଅନୁସାରେ ପଞ୍ଚଭୂତି ଗ୍ରାମର ଦୃର୍ଗା କିଶୋର ପଣ୍ଡା ବନବିଭାଗର ମୁଖ୍ୟ ଫାଟକରେ ଜୋର ଜବରଦସ୍ତ ତାଲାପକାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟଗ୍ରାମବାସୀ । ବଙ୍ଗଳାରୁ ବାହାରକୁ ବାହାରିବା ପାଇଁ ମୁଖ୍ୟ ରାସ୍ତାକୁ ନିଜ ଅକ୍ତିଆର କବଜା କରି ମୁଖ୍ୟ ଫାଟକରେ ଦୁର୍ଗା ପଣ୍ଡା ପକେଇଛନ୍ତି ତାଲା । ନିଜ ଜଗାକହି ଭୁଆଁ ବୁଲୋଉଛନ୍ତି ଲୋକଙ୍କ ସହ ବନ ବିଭାଗ କୁ ଯାହାକୁ ନେଇ ଜନ ବଢିବାରେ ଲାଗିଛି ଜନ ଅସନ୍ତୋଷ । ବନ ବିଭାଗର ମୁଖ୍ୟ ଫାଟକଟିକୁ ଖୋଲିବା ପାଇଁବନ ବିଭାଗ ତରଫରୁ ଥାନା ,ତହସିଲ ସହିତ dfo ଙ୍କୁ ମଧ୍ୟ ଲିଖିତ ଏତଲା ଦିଆଯାଇଛି । ଗୋଟିଏ ପଟେ ବନ ବିଭାଗ ପକ୍ଷରୁ ଲିଖିତ ଏତଲା ଦିଆଯାଇଥିବା ବେଳେ ଅନ୍ୟପଟେ ମୁଖ୍ୟ ଫାଟକରେ ତାଲା ପକେଇବାକୁ ନେଇ ଜୋର ଧରିଛି ଜନ ଅସନ୍ତୋଷ । ଖାଲି ସେତିକି ନୁହେଁ ଦୁର୍ଗା ପଣ୍ଡାଙ୍କ ବଡ ଭାଇ କୈଳାଶ ପଣ୍ଡା ମଧ୍ୟ ବୁଲା ଷଣ୍ଢ ମାନଙ୍କର ସୁରକ୍ଷା ପାଇଁ ଦାନ କରାଯାଇଥିବା ଜମି ଘର କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ହେଲେ ଲୋକଙ୍କର ସୁବିଧା ପାଇଁ ସରକାରଙ୍କୁ ଦାନ କରିଥିଲା ଏହି ଜାଗା । ହେଲେ କେମିତି ହେଲା ଏହି ଜାଗା ଦୁର୍ଗା ପଣ୍ଡା ଓ କୈଳାଶ ପଣ୍ଡା ନାଁରେ ପଟା ଅନେଇ ବଡ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଯଦି ଭଲରେ ଜନସାଧାରଣଙ୍କ ଜାଗାକୁ ନ ଛାଡ଼ନ୍ତି ତାହେଲେ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଜନସାଧାରଣ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ