ବନ ବିଭାଗ ଦ୍ୱାରା ପୋଡାସିଙ୍ଗିଡିରୁ ଶାଗୁଆନ କାଠ ଜବତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ପୋଡାସିଙ୍ଗିଡି ଗ୍ରାମରୁ ହଦଗଡ ବନ ବିଭାଗ ବିପୁଳ ପରିମାଣର ଶାଗୁଆନ କାଠ ଜବଦ କରିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବେଣୁଧର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ଘେରାବାଡି ଭିତରେ ଅନେକ ଶାଗୁଆନ ଗଛ ଥିବାବେଳେ କାହାକୁ ନଜଣାଇ ଅନେକ ଗଛ କାଟି ପକାଇ ତାକୁ ବିକ୍ରୀ ପାଇଁ ରଖିଥିଲେ । ବିପୁଳ ପରିମାଣ କାଠ ର୍‌ାଯାଇଥିବା ଖବର ପାଇ ହଦଗଡ ବନବିଭାଗର ରେଞ୍ଜର ଅମିତ ମହାନ୍ତି, ଫରେଷ୍ଟ କର୍ମଚାରୀ ଶୁକ୍ରା ନାୟକ ପ୍ରମୁଖ ପୋଡାସିଙ୍ଗିଡିରେ ପହଞ୍ଚି ବିନାନୁମତିରେ କଟାଯାଇଥିବା ୧୪ଖଣ୍ଡ ଶାଗୁଆନ କାଠଗଡକୁ ଜବଦ କରିବା ସହିତ ହଦଗଡ ବନକଣ୍ଡ କାର୍ଯ୍ୟାଳୟକୁ ନେଇ ଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ