ବନ ବିଭାଗ ଦ୍ୱାରା ଶିକାର ପାଇଁ ବିଛା ଯାଇଥିବା ୧୧ କେଭି ତାର ଜବତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଦ୍ୟୁତ୍ ତାର ବିଛାଇବା ଘଟଣା ବିଭିନ୍ନ ଅଞ୍ଚଳରେ ଉଭୟ ଜଙ୍ଗଲ ବିଭାଗର ମୁଣ୍ଡ ବ୍ୟଥା ବୃ୍ଦ୍ଧି କରି ଓ ଶନିବାର ରାତିରେ ଏହିଭଳି ଏକ ଘଟଣା ଆସିଛି ଉତ୍ତର ଘୁମୁସର ବନଖଣ୍ଡ ଅଧୀନସ୍ଥ ଗାଙ୍ଗପୁର ସେକ୍ସନ ର ବନ ବିଭାଗ କର୍ମଚାରୀଙ୍କ ନଜରକୁ ଓ ଗାଙ୍ଗପୁର ବନବିଭାଗ ଏବଂ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ମିଳିତ ଅପରେସନ୍ କରି ଶନିବାର ରାତି ପ୍ରାୟ ୯.୩୦ ଶିକାର ପାଇଁ ବିଛା ଯାଇଥିବା ୧୧ କେଭି ତାରକୁ ଜବତ କରିବା ସହିତ ଏକ ନିଶ୍ଚିତ ଦୁର୍ଘଟଣାକୁ ରୋକି ପାରିଛନ୍ତି ।ସୂଚନା ପ୍ରକାରେ ଗାଙ୍ଗପୁର ଫରେଷ୍ଟ ସେକସନ୍ ଅନ୍ତର୍ଗତ ସିଂହମର୍ଦ୍ଦନ ଏବଂ ବୋରି ଗ୍ରାମ ନିକଟସ୍ଥ ଆଖୁ କିଆରୀ ନିକଟରେ ବିଦ୍ୟୁତ ତାର ବିଛା ଯାଇଥିବା ନେଇ କୌଣସୀ ସୂତ୍ରରୁ ଖବର ପାଇ ଗାଙ୍ଗପୁର ବନ ବିଭାଗ କର୍ମଚାରୀମା ଏବଂ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରି ଘଟଣା ସ୍ଥଳରୁ ଜିଆଇ ତାର ଓ କିଛି ଶିକାର ଉପକରଣ ଜବତ କରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁ ଉପଦ୍ରବ ହେଉଥିବାରୁ ସେମାନଙ୍କୁ ଶିକାର କିମ୍ବା ଫସଲ କ୍ଷତିକୁ ରୋକିବା ପାଇଁ ଦୁର୍ବୃତ୍ତ ମାନେ ଏଭଳି କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ଏବେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ବିଦ୍ୟୁତ ହୁକିଂ ଓ ଶିକାର ରୋକିବା ପାଇଁ ପୋଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଉଥିବା ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ସୂଚନା ଦେଇଛନ୍ତି ଓ ତେବେ କିଏ ଏହି ବିଦ୍ୟୁତ ତାର ବିଛାଇଥିଲା ସେନେଇ ଅଭିଯୁକ୍ତ କୁ ଧରିବା ପାଇଁ ଶନିବାର ରାତିରେ ତଲାସି ଜାରି ରଖିଛି ବନବିଭାଗ । ଏହି ଚଢାଉ ସମୟରେ ଗାଙ୍ଗପୁର ଫରେଷ୍ଟର ଭେଙ୍କଟ ଦୋରା ଏବଂ କର୍ମଚାରୀଙ୍କ ସହ କ୍ଷତ୍ରିୟବରପୁର ବିଦ୍ୟୁତ ବିଭାଗ ସେକ୍ସନର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ପାଢ଼ୀ ଓ ଅନ୍ୟ ବିଦ୍ୟୁତ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ