ବନ ବିଭାଗ ପକ୍ଷରୁଛାତ୍ରଛାତ୍ରୀଙ୍କୁ ନେଇ ପ୍ରକୃତି ଶିବିର ଆରମ୍ଭ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ବନ ବିଭାଗ ପକ୍ଷରୁ ପାତ୍ରମୁଣ୍ଡା ଚରକ ବନ ରେ ଚାରିଦିନିଆ ପ୍ରକୃତି ଶିବିର ଆରମ୍ଭ ହୋଇଛି। ଶିବିରରେ ଅତିଥିମାନେ ଵୃକ୍ଷ ରୋପଣ ଏବଂ ଏହାର ସୁରକ୍ଷା କିପରି କରାଯିବ ତାସହିତ ଜଙ୍ଗଲ କ୍ଷୟ ହେବା ଦ୍ୱାରା ପ୍ରକୃତି ଉପରେ କଣ ପ୍ରଭାଵ ପକାଉଛି ତା ଉପରେ ଆଲୋଚନା କରିଥିଲେ।ପରିବେଶ ସୁରକ୍ଷା କିପରି କରାଯିବ ଜଙ୍ଗଲ ସୁରକ୍ଷା କିପରି କରାଯିବ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଏହାର କଣ ପ୍ରଭାବ ରହୁଛି ଅଧିକ ବୃକ୍ଷ ରୋପଣ କିଭଳି କରାଯିବ ଏବଂ ଗଛ ଲଗାଇ ତାର ସୁରକ୍ଷା କିପରି ନେବେ ଏସବୁ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ। କାର୍ଯ୍ୟକ୍ରମ ରେ ଜାମରୁଣ୍ଡା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗଦେଇ ପ୍ରକୃତିର ବିପରୀତ ପ୍ରଭାବ ଏବଂ ଵୃକ୍ଷ ରୋପଣ ଏବଂ ଏହାର ଉପକାରୀତା କୁ ନେଇ ପ୍ରଶ୍ନ ପଚାରି ବୁଝିଥିଲେ । ଦିନକୁଦିନ ଜଙ୍ଗଲ କ୍ଷୟ ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବାରୁ ଅଦିନିଆ ପାଗ ପରିବର୍ତ୍ତନ ହେଉଛି । ଜଙ୍ଗଲ ନଷ୍ଟ ହେବା ଫଳରେ ଅଧିକ ଗରମ ଅନୁଭୂତ ହେଉଛି ଜଙ୍ଗଲ ନଥିବା ସ୍ଥାନରେ ବର୍ଷାର ପରିମାଣ କମ ରହୁଛି ।ଗଛ ଲଗାଇବା ପାଇଁ କେହି ପ୍ରବର୍ତ୍ତାଇବା ପୂର୍ବରୁ ସମସ୍ତେ ଗଛ ଲଗାଇବା ପାଇଁ ଆଗକୁ ଆସିବା ଆଵଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ବୃକ୍ଷ ହିଁ ଜୀବନ ହୋଇଥିବା ବେଳେ ଜଙ୍ଗଲ କ୍ଷୟ ପାଇଁ ଅମ୍ଳଜାନ ର ଅଭାବ ହେବା ସହ ଦିନକୁଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ର ମାତ୍ରା ବଢ଼ିବାରେ ଲାଗିଛି । ତେଣୁ ଗୋଟିଏ ଗଛ ଲଗାଇବା ପାଇଁ ସମସ୍ତଙ୍କୁ କହିଥିଲେ ଅତିଥିମାନେ। ନବରଙ୍ଗପୁର ଜିଲ୍ଲାରେ ୪୬ ପ୍ରତିଶତ ଜଙ୍ଗଲରୁ ବର୍ତ୍ତମାନ ୨୨ ପ୍ରତିଶତ ଜଙ୍ଗଲ ରହିଯାଇଛି। ତେଣୁ ଏହାକୁ ବଢାଇବା ପାଇଁ ସମସ୍ତଙ୍କ ସହଯୋଗ ର ଆବଶ୍ୟକତା ରହିଛି ତେଣୁ ଏହାକୁ ଏକ ଆନ୍ଦୋଳନ ଭାବେ ନେବାକୁ ଜିଲ୍ଲା ବନ ଖଣ୍ଡ ଅଧିକାରୀ କହିଥିଲେ। ପ୍ରକୃତିର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ର ଆଵଶ୍ୟକତା ରହିଥିବା ବେଳେ ଆଗକୁ ଅଧିକରୁ ଅଧିକ ଗଛ ଲଗାଇ ତାର ସୁରକ୍ଷା ନେବା ପାଇଁ ସମସ୍ତେ ଆଗଭର ହେବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଏସିଏଫ ଦିବ୍ୟମାଧୁରୀ ସେଠି, ବିଇଓ ସୁପ୍ରିୟା ନାୟକ,ଜାମରୁଣ୍ଡା ବିଦ୍ୟାଳୟ ପ୍ରିନ୍ସିପାଲ ଘନଶ୍ୟାମ ମାଝୀ, ଶିକ୍ଷାବିତ ପ୍ରଦୀପ ମିଶ୍ର, ଫରେଷ୍ଟ ରେଞ୍ଜର ଗୋପୀନାଥ ସାହୁ ଏବଂ ବନ କର୍ମଚାରୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ