ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜ ପ୍ରସାଦ ନିକଟରେ ବିଭିନ୍ନ କିଷରମର ଚାରା ଗୁଡିକୁ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା । ପବିତ୍ର କାର୍ତ୍ତିକ ମାସରେ ବ୍ରତଧାରୀ ମାନଙ୍କ ମଧ୍ୟରେ ବୃକ୍ଷପ୍ରତି ସତ୍ଭାବନା ସୃଷ୍ଟି କରିବା ସହ ଗଛର ଉପକାରୀତା ସଂପର୍କରେ ବ୍ୟାପକ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବଗିରି ବନାଞ୍ଚଳର ଅଧିକାରୀ ଅରୁଣ କୁମାର ବେହେରା ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ଚାରା ମଧ୍ୟରେ ମୁଖ୍ୟତଃ ଅଁଳା, ନିମ ଓ ବେଲ କିସମର ଚାରା ମାଗଣାରେ ବଣ୍ଟା ଯାଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମ ୫ ଦିନ ଧରି ଚାଲୁ ରହିବ ବୋଲି ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତି ପ୍ରେମୀ, ମନୋଜ ଦାସ, ତ୍ରିପତି ପଣ୍ଡା, ବି.ଶଙ୍କର, ପ୍ରଫୁଲ ପଣ୍ଡା, ରାଜେଶ, ନରସିଂହ ଗୌଡ, ବନମାଳି ପାତ୍ର, କେ. ରାଜୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଏହି ଚାରା ଗୁଡିକୁ ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା ।