ବନ ବିଭାଗ ପକ୍ଷରୁ ବ୍ୟାପକ ଚଢାଉ, ୪ ବାଇକ୍ ଜବତ
ରାଇରଙ୍ଗପୁର, (ଯୁଗାବ୍ବ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଡିଏଫଓ ଅଧିନସ୍ଥ ବିଲୁଆ ରେଞ୍ଜରେ ଚୋରା କେନ୍ଦୁପତ୍ର ମାଫିଆ କିଛିଦିନ ହେଲା ସକ୍ରିୟ ହୋଇପଡିଛନ୍ତି ।ଏହାକୁ ନେଇ ବନ ବିଭାଗ ପକ୍ଷରୁ ଭାଟିଆଙ୍କ ଗତିବିଧିକୁ କଡା ନଜର ଦିଆଯାଇଛି ।ବୁଧବାର ରାତି ୧୨ ଟା ପାଖାପାଖି ସମୟରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ହଠାତ ୪ଟି କେନ୍ଦୁପତ୍ର ବୋଝେଇ ବାଇକ୍କୁ କୁଣ୍ଡିଦା ଗାଁ ହେଁସଡା ଛକରେ ଦେଖିବାକୁ ପାଇଥିଲେ ।ବନ ବିଭାଗ କର୍ମଚାରୀଙ୍କୋ ଦେଖି ମାଫିଆ ମାନେ ଗାଡି ଛାଡି ଦେଇ ଅନ୍ଧାରି ରାତିରେ ଜଙ୍ଗଲ ଭିତରକୁ ଖସି ପକାଇଥିଲେ ।ବନ ବିଭାଗ କର୍ମଚାରୀ ସେମାନଙ୍କୁ ଅନ୍ଧାରରେ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ ।ହେଲେ ମାଫିଆଙ୍କ ସୁରାକ ପାଇ ନ ଥିଲେ ।ପରେ ଚାରୋଟି କେନ୍ଦୁପତ୍ର ବୋଝେଇ ବାଇକ୍ କୁ ଜବତ କରିଥିଲେ। କେନ୍ଦୁପତ୍ର ଆନୁମାନିକ ମୁଲ୍ୟ ଲକ୍ଷେ ପାଖାପାଖି ହେବ । ସେହିଭଳି ମଙ୍ଗଳବାର ରାତି ୧୨ ଟା ପାଖାପାଖି ସମୟରେ ବିଶୋଇ ବନ ବିଭାଗ ଏନ୍ ବି ପୋଖରିଆ ଗାଁ ନିକଟରୁ ଏକ ଚୋରା କେନ୍ଦୁପତ୍ର ବୋଝେଇ ଭେନ ବନ ବିଭାଗଜବତ କରାଯାଇଥିଲା। ଯାହାର ଅଢେଇ କ୍ବିଣ୍ଟା ଆନୁମାନିକ ମୁଦ୍ର ୫୦,୦୦୦ ରୁ ଉର୍ଦ୍ଧ୍ବ ହେବ ଏ ।ବନ ବିଭାଗର ଘନ ଘନ ଚଢାଉରେ ମାଫିଆ ଘାଇଲା ଓ ଛାନିଆ ।ଚଢାଉରେ ବିଶୋଇ ରେଞ୍ଜର ତପନ ମିଶ୍ର ,ଫରେଷ୍ଟର ଅଜିତ ମହାନ୍ତି ,ପ୍ରଭାଷ ମହାନ୍ତ,ସନତ ବେହେରା ,ଫୁଲମଣି ମହାନ୍ତ,ରାମଚନ୍ଦ୍ର କାରୁଆ,କିଯା ଟି ମହାନ୍ତ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ।