ବନ ବିଭାଗ ପକ୍ଷରୁ ମାଗଣା ଯନ୍ତ୍ରପାତି ପ୍ରଦାନ
ବୁଗୁଡା ( ଅନିଲ କୁମାର ମହାରଣା) ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ସୋମବାର ଦିନ ଏକ ମେଳା ଅନୁଷ୍ଟିତ ହୋଇ ଠଣାପଲ୍ଲୀ, ଶୁଳୀଆ ପଲ୍ଲୀ, ମତାଝରୀ ଓ ଚାଞ୍ଚରା ପଲ୍ଲୀ ଚାରିଗୋଟି ଗ୍ରାମର ବନ ସୁରକ୍ଷା ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ୬ ଲକ୍ଷ ଟଙ୍କାର ଖଲି ପ୍ରସ୍ତୁତ ମିସିନ ଓ ସିଲାଇ ମିସିନ ମାଗଣା ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି କାର୍ୟ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଏସିଏଫ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ସୋରଡ଼ା ରେଞ୍ଜର ଲମ୍ବୋଦର ଭସ୍କେ, ଭଞ୍ଜନଗର ଜାଇକା ର ଏସଏମସି ଶୋଭନ ପଟ୍ଟନାୟକ ଓ ଶୁଭକାନ୍ତ ମିଶ୍ର, ଏକାଉଟେଣ୍ଟ ମୃତ୍ୟୁଞ୍ଜୟ ପାଳ ,ବୁଗୁଡା ବନପାଳ ଅଭିରାମ ଖିଲୋ ଓ ସୋରଡ଼ା ବନପାଳ କାହ୍ନୁ ଚରଣ ପ୍ରଧାନ ଏବଂ ଅନ୍ୟାନ ବନବିଭାଗ କର୍ମଚାରୀ ଓ ଭିଏସଏସ ଓ ଏସଏଚଜି ସଦସ୍ୟ ସଦସ୍ୟା ବୃନ୍ଦ ଯୋଗ ଦେଇଥିଲେ। ଠଣାପଲ୍ଲୀ, ଶୁଳିଆ ପଲ୍ଲୀ ଓ ମତାଝରୀ ସଭ୍ୟ ସଭ୍ୟା ଙ୍କୁ ଖଲି ପ୍ରସ୍ତୁତ ମିସିନ ଓ ସିଲାଇ ମେସିନ ଏବଂ ଚାଞ୍ଚରାପଲ୍ଲୀ କୁ କେବଳ ପାଞ୍ଚଟି ସିଲେଇ ମେସିନ ମାଗଣାରେ ପ୍ରଦାନ କରାଯାଇଛି। ଏହା ଦ୍ୱାରା ସେମାନେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଜଣାପଡିଛି।