ବନ ବିଭାଗ ଯନ୍ତାରେ ପଡ଼ିଲେ ୫ବାଘ ଚମଡ଼ା ମାଫିଆ ; ଚମଡ଼ା ଜବତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଶିମିଳାପାଳ ଅଭୟାରଣ୍ୟରେ ମୃତ୍ୟୁ ମୁଖରେ ବାଘ ମାମୁଁ ।ବାଘ ଚମଡ଼ା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମଣଦା ବନାଞ୍ଚଳ ଅନ୍ତର୍ଗତ କଟାସ ଜଙ୍ଗଲ । ମଙ୍ଗଳବାର ଦିନ ୫ଜଣ ବାଘ ଚମଡ଼ା ମାଫିଆ ଏକ କଲରାପତରିଆ ବାଘ ଚମଡ଼ା ସୌଦା କରିବାକୁ ଆସିଥିଲେ । ଜଙ୍ଗଲ ଭିତରେଏକ ଚଟାଣି ପାଖରେ ହାଣ୍ଡିଆ ପିଇ ମସଗୁଲ ହୋଇ ଚମଡ଼ା ସୌଦାମିନୀ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ଦିର୍ଘ ଦିନ ଜାଲ ବିଛାଇଥିଲା ବନ ବିଭାଗ ଖବର ପାଇ ଆଜି ପ୍ରାୟ ୧୧ଟା ପାଖାପାଖି ସମୟରେ ପେଟ୍ରୋଲିଂ କରୁଥିବା ବନ ବିଭାଗ ଚାରିକୋଣରୁ ଘେରି ଦେଇଥିଲା ।ସେହି ଯନ୍ତାରେରେ ୫ଜଣ ବାଘ ଚମଡ଼ା ମାଫିଆ ପଡ଼ି ଯାଇଥିଲେ ।ବନ ବିଭାଗ ସମସ୍ତଙ୍କୁ କାବୁ କରିବା ସହ ଚମଡ଼ା ଜବତ କରିଥିଲା ଯାହାର ଲମ୍ବ ୫’୬” ଏବଂ ଓସାର ୨’ ଫୁଟ । ଚଢ଼ାଉରେ ନେତୃତ୍ବ ନେଇଥିଲେ ଏସିଏଫ ନବୀନ ନାଏକ,ଏସିଏଫ ବୈଦ୍ୟନାଥ ମାଝୀ ଏବଂ ବନ ବିଭାଗ କର୍ମଚାରୀ । ସେମାନଙ୍କୁ ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ଯାଳୟକୁ ଅଣାଯାଇ ତଦନ୍ତ ସହ ପୁଚରାପୁଚୁରି କରାଯାଉଛି ।ସେହି ବାଘ ଚମଡ଼ା ମାଫିଆ ମାନେ ହେଲେ୧- ଖେଲାରାମ ହାଁସଦା (୨୧) ,ଘର କୁଳିଅଣା,୨-ବାଜିନାଥ ହେମ୍ବ୍ରମ(୨୫),ଘର-ଲୁହାକାନୀ,ବିଶୋଇ୩ହମ୍ବିର ଟୁଡୁ (୧୮) ଘର-କୁଳିଅଣା୪ ତୁସିଲ ମୁର୍ମୁ (୪୨) ଘର-ଜାମଦା ଅଂଚଳରେ ଭଡ଼ା ରହୁଛନ୍ତି ଏବଂ ୫-ସନତ ମାରାଣ୍ଡି (୪୫) ଘର-ବିଶୋଇ ।ଗତମାସ ସେପ୍ଟେମ୍ବର ମାସ ୩ତାରିଖରେ ସେହି କଟା ଜଙ୍ଗଲ ରେ ଏକ କଲରା ପତିରିଆ ବାଘ ଚମଡ଼ା ସହ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଜଣେ ଫେରାର ଅଛି ।ବାଘ ମାମୁଁ ବଂଶ ନିପାତ , ବାଘ ସଂଖ୍ୟା ହ୍ରାସ ଏବଂ ବାଘ ମାଫିଆଙ୍କ ବନ ବିଭାଗକୁ ଦିନ ଦ୍ବିପହରରେ ଖୁଲମଖୁଲା ଚେଲେଞ୍ଜ ବନ ବିଭାଗର ଅପାରଗତା ନେଇ ପରିବେଶବିତ ଏବଂ ପଶୁପ୍ରେମୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । କିଛି ପରିବେଶବିତ୍ କହୁଛନ୍ତି ରାଇରଙ୍ଗପୁର ସମେତ ସମସ୍ତ ବନଖଣ୍ଡ କାର୍ଯ୍ୟାଳୟ ସହରରୁ ଉଠାଯାଇଥିବା ଶିମିଳିପାଳ ଅଭୟାରଣ୍ୟର ଚାରିକୋଣର ତଳପାଦରେ ସ୍ଥାନାନ୍ତର କରାଯାଇ ଶିମିଳିପାଳର ଜୀବଜନ୍ତୁ ସୁରକ୍ଷା ଦିଆଯିବା ସହ ସିଆରପିଏଫ ବାଟାଲିୟନ ସହାୟତାରେ କଡ଼ା ସୁରକ୍ଷା ଦିଆଯାଉ ।