ବନ ମହୋତ୍ସବ ଓ ପୋଷାକ ବିତରଣ ଉତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ଵୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବନ ମହୋତ୍ସବ ସହ ପୋଷକ ଵିତରଣ ଉତ୍ସବ ପାଳିତ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ସମ୍ମାନିତ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଓ ପୈାର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗ ଦେଇଥିଲେ।ଅତିଥି ବୃନ୍ଦ ବୃକ୍ଷର ଉପାଦେୟତା ଓ ଏହାର ଯତ୍ନ ନେବା ପାଇଁ ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେବା ସହ ଭଲ ପାଠ ପଢି ସୁନାଗରିକ ହେବାପାଇଁ କହିଥିଲେ। ଜଙ୍ଗଲ ସୁରକ୍ଷା ଏବଂ ଚାରା ରୋପଣ କରି ଜଙ୍ଗଲକୁ ବଞ୍ଚାଇବା ସହ ନିଜେ ବଞ୍ଚିବା ଏବଂ ପ୍ରକୃତିକୁ ବଞ୍ଚାଇବାକୁ ସଚେତନ କରା ଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରଜାତିର ଔଷଧୀୟ ଚାରା ରୋପଣ କରା ଯାଇଥିଲା। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୋଷାକ ବିତରଣ କରାଯାଇଥିଲା । ସିଆରସିସି ଅଖିଳ କୂମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।