ବନ ମହୋତ୍ସବ ସପ୍ତାହ ପାଳନ : ଚାରା ବିତରଣ କେନ୍ଦ୍ର ଉଦଘାଟିତ
ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ତରଫରୁ ରବିବାର ବନ ମହୋତ୍ସବ ସପ୍ତାହ ଅବସର ରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବିଜୟ ହାଇସ୍କୁଲ ସାମନା ରେ ଏକ ସ୍ଵତ୍ତନ୍ତ୍ର ଷ୍ଟଲ୍ ଖୋଲା ଯାଇ ଚାରା ବଣ୍ଟନ କରଯାଇଥିଲା । ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ବେରେଡଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ । ସର୍ବ ସାଧାରଣ ଙ୍କ ପାଇଁ ୧ ଟଙ୍କା ରେ ଚାରା ଦିଆ ଯାଉଥିବା ବେଳେ ସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କଲେଜ ପାଇଁ ମାଗଣା ରେ ଦିଆଯିବା ବ୍ୟବସ୍ଥା କରାଯାଇଛି । ଚାରା ବିତରଣ କେନ୍ଦ୍ର ରେ ଶାଗୁଆନ, କାଜୁ,ଡାଳିମ୍ବ, ଅଁଳl, ପାପାୟ, ଆମ୍ବ ଆଦି ଚାରା ଉପଲବ୍ଧ ରହିଛି । କାର୍ଯ୍ୟକ୍ରମ ରେ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ, ଫରେଷ୍ଟର ବିଷ୍ଣୁ ପ୍ରସାଦ ରଥ, ଫରେଷ୍ଟ ଗାର୍ଡ ଅଜିତ ଗଣ୍ଡ ଉପସ୍ଥିତ ଥିଲେ ।


