ବନ ସଂରକ୍ଷଣ ସମିତି କ।ର୍ଯ୍ୟ।ଳୟ ଉଦ୍ଘ।ଟିତ
ବୁଗୁଡ। – ଦକ୍ଷିଣ ଘୁମୁସର ବନଖଣ୍ଡ, ବୁଗୁଡ। ବନ।ଞ୍ଚଳ ଅନ୍ତର୍ଗତ କୁଆନଳ। ଗ୍ର।ମର ବନ ସଂରକ୍ଷଣ ସମିତି କ।ର୍ଯ୍ୟ।ଳୟକୁ ଶନିବ।ର ଦିନ ବ୍ରହ୍ମପୁର ପିସିସିଏଫ(ପ୍ରକଳ୍ପ)ଡ଼ଃ ସୁଦର୍ଶନ ପଣ୍ଡ। ଉଦଘ।ଟନ କରିଥିଲେ।ଏହି କ।ର୍ଯ୍ୟକ୍ରମରେ ଅନ୍ୟମ।ନଙ୍କ ମଧ୍ୟରେ ବ୍ରହ୍ମପୁର ଆରସିସିଫ ସୁରେଶ ଚନ୍ଦ୍ର ପନ୍ଥ, ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକ।ରୀ ସତ୍ୟନ।ର।ୟଣ ବେହୁର।,ଘୁମୁସର ଉତ୍ତର ବନଖଣ୍ଡ ଅଧିକ।ରୀ ଅଭୟ କୁମ।ର ଦଳ।ଇ,ଏସିଫ ପ୍ରଭ।କର ନ।ୟକ,ବୁଗୁଡ। ବନ।ଞ୍ଚଳ ଅଧିକ।ରୀ ଫକୀର ଚରଣ ବେହେର। ଓ ଲିପିକ। ସ୍ବେଚ୍ଛ।ସେବୀ ସଂଗଠନର ରଞ୍ଜିତ ଦ।ସ ପ୍ରମୁଖ ଯୋଗଦେଇଥିଲେ।ଏହ।ପରେ ଅଧିକ।ରୀ ବୃନ୍ଦ ନ।ଗିରି ସଂରକ୍ଷଣ ଜଙ୍ଗଲର ଗୋଳ।ବନ୍ଧ ଅଂଚଳରେ ଚ।ର। ରୋପଣ କ।ର୍ଯ୍ୟକ୍ରମ ବୁଲି ଦେଖି ସନ୍ତୋଷ ପ୍ରକ।ଶ କରିବ। ସହ ପର।ମର୍ଶ ପ୍ରଦ।ନ କରିଥିଲେ।


