ବନ ସୁରକ୍ଷା ସମିତିର ସ୍ୱତନ୍ତ୍ର ବୈଠକ

ଗାଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରୀୟ ବନାଞ୍ଚଳର ଗାଙ୍ଗପୁର ବନପାଳଙ୍କ ଆହ୍ୱାନ କ୍ରମେ କୁମୁଣ୍ଡି ଗ୍ରାମରେ ଶୁକ୍ରବାର ଏକ ବନ ସୁରକ୍ଷା ସମିତିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ରୀୟ ବନାଞ୍ଚଳରୁ ଆସିଥିବା କ୍ଷେତ୍ରୀୟ ପରିଚାଳନା କାର୍ଯ୍ୟାଳୟ ସଂଯୋଜକ ଦ୍ୱୟ ପ୍ରକଳ୍ପ କାର୍ଯ୍ୟକାରିତା ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟଙ୍କ ତତ୍ଵାବଧାନରେ ଯଥାଶୀଘ୍ର ପ୍ରାଥମିକ ସର୍ବେକ୍ଷଣ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବନପାଳ ଶ୍ରୀ ଭେଂକେଟ ଦୋରା,କେନ୍ଦ୍ରୀୟ କ୍ଷେତ୍ରୀୟ ପରିଚାଳନା କାର୍ଯ୍ୟଳୟ ସଂଯୋଜକ ଶ୍ରୀ ସନ୍ତୋଷ କୁମାର ଡାକୁଆ ଏବଂ ପ୍ରଶାନ୍ତ କୁମାର ସାହୁ , ବନରଖି ପ୍ରଦୀପ ଭୂୟାଁ ଏବଂ ମଦନ ମୋହନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ବନରଖି ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କର ଉଜ୍ୱଳ ଭବିଷ୍ୟତ ଏବଂ ସୁଖ ସମୃଦ୍ଧି କାମନା କରି ସଭା କାର୍ଯ୍ୟ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ