ବମକୋଇ ଠାରେ ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ବମକୋଇ ଗ୍ରାମ ସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର  ‘ନୂଆ-ଓ’, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ଦେବଦତ୍ତ ସୁବୁଦ୍ଧି ଏଥିରେ ଅଧ୍ଯକ୍ଷତା କରିଥିଲେ । ନୋଡାଲ ଅଫିସର ଏ. ଦୁର୍ଯ୍ୟୋଧନଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୂଖ୍ଯଅତିଥି, ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ଏବଂ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ଗଞ୍ଜାମ ଜିଲା ସଭାପତି ଆଇନଜୀବି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଲୁକ୍କାୟିତ ପ୍ରତିଭାର ଅନ୍ବେଷଣ ସହ ନୂଆ ଓଡିଶା ଗଠନ କରିବା ପାଇଁ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଯୁବ ବର୍ଗର ସକ୍ରିୟ ଅଂଶଗ୍ରହଣ ଉପରେ ଅତିଥି ବୃନ୍ଦ ଗୁରୁତ୍ବାରୋପ କରିଥିଲେ।ପ୍ରାରମ୍ଭରେ ଅଧ୍ଯାପିକା ରୋଜାଲିନ୍ ପାତ୍ର ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ଯାପକ ବିବେକାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଅନ୍ୟ ସମସ୍ତ କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିବା ବେଳେ ଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ ନୃତ୍ଯଗୀତ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ