ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ହୋଲି ମିଳନ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ବରଗଡ଼ ଲାୟନ୍ସ କ୍ଲବ ର ସଭାପତି ଲାୟନ୍ସ ମନୋଜ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମଙ୍ଗଳମ ପ୍ୟାଲେସ ଠାରେ ହୋଲି ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ! ଏହି ହୋଲି ମିଳନ ରେ ବିଷାକ୍ତ ରଙ୍ଗ ବ୍ୟବହାର ନ କରି ବିଭିନ୍ନ ପ୍ରକାରର ଫୁଲରେ ପୁଷ୍ପ ହୋଲି ଖେଲା ଯାଇଥିଲା ! ଏଣୁ ଏଣିକି ଆଉ କୈାଣସି ପ୍ରକାର ରଙ୍ଗ ବ୍ୟବହାର ନ କରି କେବଳ ଫୁଲର ହୋଲି ଖେଳାଯିବ ବୋଲି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ !ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଲାୟନ୍ସ ଅମରଜିତ୍ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲାୟନ୍ସ ପ୍ରତାପ ନାଏକ,ଲାୟନ୍ସ କିଶନ ଲାଲ ଅଗ୍ରୱାଲ, ଡ.ଓମ୍ ପ୍ରକାଶ ଲାଠ,ଡ. ସ୍ବାଧିନ ଶର୍ମା, ଶଙ୍କର୍ଷଣ ମିଶ୍ର,ଏନ୍.ପି. ସିଙ୍ଘଲ, ନବୀନ ଲାଠ, ଜୟନ୍ତୀ ବେହେରା, ସଂଜୁଲତା ଭୋଇ,ସକୁନ୍ତଳା ଅଗ୍ରୱାଲ, ରଂଜୁ ସିଙ୍ଘଲ, ନିବେଦୀତା ପୂଜାରୀ, ଅଞ୍ଜନା ଦାସ, କୋମଳ ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ ରାମକୃଷ୍ଣ ମେହେର, ପ୍ରଦୀପ ଟାୟନ,ଡ. ଶୁଶିଲ କର, କିଶୋର ଅଗ୍ରୱାଲ,ରାମ ରତନ ଲିଖମାନିଆଁ, ସର୍ବେଶ୍ଵର ତ୍ରିପାଠୀ,ଦୀପକ ବଲୋଦିଆ, ପରମାନନ୍ଦ ମିଶ୍ର,ରବି କିଶୋର,ମହେଶ ଅଗ୍ରୱାଲ, ପଙ୍କଜ ଦାଶ,ଆୟୂସ ଗୁପ୍ତା ଓ ଆହୁରି ଅନେକ ଯୋଗଦେଇଥିଲେ !