ବରଗଡା ସେବା ସମବାୟ ସମିତିରେ ଚଡାଉ
ଧାମନଗର, (ସନ୍ତୋଷ କୁମାର ପ୍ରଧାନ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନସ୍ଥ ବରଗଡ଼ା ସେବା ସମବାୟ ସମିତିରେ ଦୀର୍ଘ ଦିନ ଧରି ଚାଷୀ ମାନେ ଯେଉଁ ଭଳି ଅଭିଯୋଗ କରିଆସୁଥିଲେକି ଚାଷୀ ମାନେ ଉକ୍ତ ସମିତିରୁ ଋଣ ନ ନେଇ ମଧ୍ୟ ତାଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ କରାଯାଇଛି।ଏହା ନେଇ ଚାଷୀମାନେ ବାରମ୍ବାର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଆସୁଥିଲେ ,ଦୀର୍ଘ ଏକ ମାସରୁ ଉର୍ଧ ହେଲା ଚାଷୀ ମାନେ ଉକ୍ତ ସମିତିରେ ତାଲା ମଧ୍ୟ ପକାଇଆସୁଥିଲେ ।ଏହାକୁ ଆଧାର କରି ଆଜି ଉପଜିଲ୍ଲାପାଳ ପିତାମ୍ବର ସାମଲ ,ARCC ବିକାଶ ନାୟକ , coparetiv inspector ମୃତ୍ୟଞ୍ଜୟ ପଣ୍ଡା,Branch Manager ବିଚିତ୍ରନନ୍ଦ ସାହୁ,ସ୍ଥାନୀୟ ଧୁଷୁରୀ ଥାନା iic ପ୍ରଫୁଲ ସିଂ ଙ୍କ ସମେତ ସମବାୟ ସମିତିର ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ଯେଉଁ ଚାଷୀ ଅଭିଯୋଗ କରିଥିଲେ କି ଋଣ ପାଇଁ ସେମାଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି ।ଏବଂ ଏହାର ସତ୍ୟତା ତଦନ୍ତ ପରେ ଜଣା ପଡିବ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସାମଲ ମହୋଦୟ ପ୍ରକାଶ କରିଛନ୍ତି।ଏବଂ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।