ବରଗଡ ମହିଳା ସମିତି ତରଫରୁ ନିଶାମୁକ୍ତ ବରଗଡ଼ ଉପରେ ଏକ ଆଲୋଚନା ଚକ୍ର
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବରଗଡ଼ ମହିଳା ସମିତି ସମ୍ମିଳନୀ କକ୍ଷରେ ନିଶା ମୁକ୍ତ ବରଗଡ଼ ଉପରେ ସଭାନେତ୍ରୀ ଶ୍ରୀମତୀ ହରଜିନ୍ଦର କୈାରଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି ! ମଞ୍ଚାସିନ ଅତିଥିମାନଙ୍କୁ ଡାକ୍ତର କମଳିନୀ ଶତପଥୀ ସୁନିତା କର,ଅଞ୍ଜନା ଦାସ ,
ଜୟଗୀତା ପଣ୍ଡା ଓ ଜୟନ୍ତୀ ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଆଲୋଚନାରେ ବରଗଡ଼ର ୩୦ ଟି ସମାଜିକ ସେବା ଅନୁଷ୍ଠାନ,ସଂଗଠନ ଯୋଗଦେଇ ବରଗଡକୁ କିପରି ନିଶା ମୁକ୍ତ କରିବା ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସଚେତନତା ଆଣିବା ପାଇଁ ସମସ୍ତେ ମିଳିତ ହୋଇ ଲଡିବା କୁ ପଡିବ ବୋଲ ସମସ୍ତେ ନିଜ ନିଜ ମତ ଦେଇଥିଲେ। ସମ୍ମାନୀତ ଅତିଥି ବରଗଡ ଥାନାଧିକାରୀ ଶ୍ରୀ ସତ୍ୟଜୀତ ବାବୁ ତାଙ୍କ ବକ୍ତବ୍ୟରେ କହିଲେ ଯେ କୌଣସି ଜାଗା ରେ ନିଶା କାରୋବାର ଚାଲିଛି ମୋତେ ଯେ କୌଣସି ସମୟରେ ମୋ ମୋବାଇଲ ନମ୍ବର ୯୫୫୬୦୭୨୯୧୪ କଲ କରନ୍ତୁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଆମ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ମଧ୍ୟ ମହିଳା ସମିତିକୁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ମଞ୍ଚାସୀନ ସମ୍ମାନିତ ଅତିଥି ଅମରେନ୍ଦ୍ର ନାରାୟଣ ଯାଦବ,ସମିତିର ଉପଦେଷ୍ଟା ସର୍ଦାର ପ୍ରୀତମ ସିଂ ମଧ୍ୟ ବରଗଡ଼କୁ କିପରି ନିଶାମୁକ୍ତ କରାଯିବ ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।ଏହା ପୂର୍ବରୁ ମାଁ ସମଲେଶ୍ଵରୀ ଦେବୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ସ୍ବାଗତ ସଂଗୀତ ଗାନ ଶ୍ରୀମତୀ ସୁନିତା କର,ମଞ୍ଜୁଲତା ସାହୁ, ପଦ୍ମିନୀ ସାହୁ ଓ ସୁଷମା ପଣ୍ଡା କରିଥିଲେ। ଶ୍ରୀମତୀ ରାଧାରାଣୀ ମିଶ୍ର ,ଶ୍ରୀମତୀ ପଦ୍ମିନୀ ସାହୁ ଓ ମଞ୍ଜୁ ସାହୁ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦିକା ଶ୍ରୀମତୀ ଇନ୍ଦ୍ରାଣୀ ଶତପଥୀ ଧନ୍ୟବାଦ ଦେଲେ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସଦସ୍ୟା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ରାଷ୍ଟଗୀତ ବନ୍ଦେମାତରଂ ଗାନ ପରେ ସଭା ସମାପ୍ତ ହୋଇଥିଲା।