ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦେବା ସହ ଏ ନେଇ ସମସ୍ତ ପ୍ରକାର ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରି ଆସୁଛନ୍ତି। ବିଶେଷ କରି ସରକାର ଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଡାକ୍ତରଖାନା ଖୋଲାଯିବା ସହ ଭିତ୍ତିଭୂମି ପଯ୍ୟାପ୍ତ ମାତ୍ରାରେ ସୁଦୃଢ଼ କରାଯାଉଛି। ହେଲେ ଡାକ୍ତର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଦୟନୀୟ ଅବସ୍ଥାରେ ଅଛି। ପୁରା ବିଶ୍ଵକୁ କୋରନା ଆତଙ୍କ ଘାରିଥିବା ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏଠାରେ ବହୁଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି। ମାତ୍ର ଜଣେ ଫାର୍ମାସିଷ୍ଟ ଏଠାରେ ରହି ସ୍ଥାନୀୟ ଜନସାଧାରଣଙ୍କୁ କିଛି ସେବା ଯୋଗାଇ ପାରୁଛନ୍ତି। ଡାକ୍ତର ଅଭାବ ଯୋଗୁଁ ଗରିବ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରୋଗୀଙ୍କୁ ବାଧ୍ୟ ହୋଇ ବାହାରକୁ ଯିବାକୁ ପଡୁଛି ଯାହା ଫଳରେ ସମୟ ନଷ୍ଟ ହେବା ସହ ଅଧିକ ଟଙ୍କା ପଇସା ଖର୍ଚ୍ଚ ହେଉଛି । ଫଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ବରଗାଁ ପଂଚାୟତ ସମେତ ଆଖପାଖ ପଞ୍ଚାୟତର ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ଅଭାବ ଦେଖାଦେଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କୁ ଚିନ୍ତା ଘାରିଛି। ଏ ନେଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୁର୍ଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ