ବରଛା ରୋଡ଼ ଅଞ୍ଚଳ ମହିଳା ମଣ୍ଡଳ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ, ସୁରତ ବରଛା ରୋଡ଼ ଅଞ୍ଚଳର ମହିଳା ମଣ୍ଡଳ ବୈଠକ ନଭେମ୍ବର ୨୬ ତାରିଖ ଦିନ ଶ୍ରୀରାମ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟ୍ରଷ୍ଟର ଆଇନ ପରାମର୍ଶଦାତ୍ରୀ ସ୍ଵତୀ ରାଖଣ୍ଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ କାର୍ଯ୍ୟାଳୟ ଅଫିସ ସମ୍ପାଦକ ଜୟରାମ ଦଳେଇ ଏହି ବୈଠକରେ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଉପସ୍ଥିତ ମହିଳା ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ୨୦୦ ଟଙ୍କାରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜନୀତ ବୀମା କରିବା ଓ ଗୁଜରାଟ ସରକାର ପକ୍ଷରୁ ମହିଳା ମଣ୍ଡଳ ମାନଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ବିଷୟରେ ବୁଝାଇଥିଲେ। ଶ୍ରମିକ ମାନଙ୍କୁ ଫ୍ୟାକ୍ଟେରୀ ମାଲିକମାନେ ବିମାଭୁକ୍ତ ଓ ପିଏଫ ଦେଉନଥିବା ଯୋଗୁଁ ସମସ୍ତ ଶ୍ରମିକ ଏକ ହୋଇ ନିଜର ଦରମା ବ୍ୟାଙ୍କ ଆକାଉଣ୍ଟ ଜରୀଆରେ ପ୍ରଦାନ କରିବା ସହ ପିଏଫ ଓ ବିମାଭୁକ୍ତ କରିବା ପାଇଁ ଦାବୀ କରିବାକୁ ଆହ୍ୱାନ ଦେଇଥିଲେ। ୪୦ ବର୍ଷ ପୂର୍ବେ ଯେଉଁ ପଦ୍ଧତିରେ ଓଡ଼ିଆ ଶ୍ରମିକ ମାନେ କାମ କରୁଥିଲେ ଆଜି ମଧ୍ୟ ସେହି ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି। ଅଥଚ ସରକାର ଶ୍ରମିକମାନଙ୍କ ପାଇଁ କରିଥିବା ଆଇନର ସୁଯୋଗ ଓଡ଼ିଆ ଶ୍ରମିକ ନେଇପାରିନାହାଁନ୍ତି। ସମସ୍ତ ମହିଳା ନିଜ ପରିବାର ମଧ୍ୟରେ ଆଲୋଚନା କରି ମହିଳା ଗୃପ ଗଠନ କରି ପଞ୍ଜିକରଣକରି ସରକାରଙ୍କ ସୁବିଧା ପାଇବା ପାଇଁ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାବୁଲା ସାହୁ, ଦିବାକର ସାହୁ, ଦିଲ୍ଲୀପ ସାହୁ, ବଂଶୀଧର ବିଶ୍ୱାଳ, ପ୍ରମୋଦ ପ୍ରଧାନ, କାଳିଆ ପାତ୍ର, ଓ ଦିନେଶ ଭୋଳ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ