ବରଡେଶ୍ୱର ମଣ୍ଡଳ ବିଜେପିର ଜନସମ୍ପର୍କ ଅଭିଯାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜେପିର ମହା ଜନସମ୍ପର୍କ ଅଭିଯାନ ଅବସରରେ ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ରାମପୁର ପଞ୍ଚାୟତର ରଘୁନାଥପୁର, ରାମପୁର, ଅଳଉତି, ଡିହସାହିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ ଘର ଘର ସମ୍ପର୍କ ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ଧଳ ଦଳୀୟ କର୍ମୀ ମାନଙ୍କ ସହିତ ଘରକୁ ଘର ଯାଇ ଲୋକଙ୍କୁ ବିଜେପି ଶାସନର ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଅବଗତ କରାଇବା ସହ କର ପତ୍ରକ ବଣ୍ଟନ ଓ ଷ୍ଟିକରିଂ କରିଥିଲେ । ଏଥିସହିତ ବିଶିଷ୍ଟ ବ୍ୟକ୍ତିି ମାନଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନବ କିଶୋର ବଳ, ବରିଷ୍ଠ ନେତା ଜିତେନ୍ଦ୍ର ନାୟକ, ନିରଞ୍ଜନ ଭୂୟାଁ, ତପନ ବାରିକ, ଗୟାଧର ପ୍ରଧାନ, ବିଜେନ୍ଦ୍ର ବେହୁରିଆ, ସଞ୍ଜୟ ପୃଷ୍ଟି, ସନ୍ତୋଷ ଜେନା, ବାବାଜି ପ୍ରଧାନ, ପ୍ରଭାସ ପଣ୍ଡା ସାମିଲ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ