ବରପଲ୍ଲୀରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବେଣୀପଲ୍ଲୀ ପଞ୍ଚାୟତ ର ବରପଲ୍ଲୀ ଗ୍ରାମରେ ଆସନ୍ତା ଦୁଇ ତାରିଖରେ ହେବାକୁ ଥିବା ନାମ ଯଜ୍ଞ,ଅନ୍ନ ଯଜ୍ଞ, ଘୃତ ଯଜ୍ଞ ଅବସରରେ ଆସନ୍ତା ୩୦ତାରିଖ ରବିବାର ଦିନ ଗ୍ରାମର ଉତ୍ସାହୀ ଯୁବକମାନଙ୍କ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଶିବିର ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି I ସକାଳ ଦଶ ଘଣ୍ଟା ଠାରୁ ଏହି ରକ୍ତଦାନ ଶିବିର ଆରମ୍ଭ ହେବ I ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି I କାର୍ତ୍ତିକ ମାସରେ ଅନୁଷ୍ଠିତ ହେଉଥିବା ନାମ ଯଜ୍ଞ,ଅନ୍ନ ଯଜ୍ଞ, ଘୃତ ଯଜ୍ଞ ସହ ମାନବ ସେବାକୁ ଆଖି ଆଗରେ ରଖି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଗ୍ରାମର ଯୁବକମାନେ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି I ତେଣୁ ଏହିଭଳି ଏକ ସୁବର୍ଣ୍ଣ ମୁହୂର୍ତ୍ତରେ ତଥା କାର୍ତ୍ତିକ ମାସରେ ଉତ୍ସାହୀ ଯୁବକମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ ରକ୍ତଦାନ କରି ପୂଣ୍ୟ ଅର୍ଜନ କରିବା ପାଇଁ ବେଣୀପଲ୍ଲୀ ପଞ୍ଚାୟତର ଯୁବ ସରପଞ୍ଚ ଦୁର୍ଗାମାଧବ ନାୟକ ନିବେଦନ କରିଛନ୍ତି I ଏଥିରେ ଅଧିକ୍ ନୂତନ ରକ୍ତଦାତା ସୃଷ୍ଟି ସହ ଅଧିକରୁ ଅଧିକ ଯୁବ ଗୋଷ୍ଠୀଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆ ଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ